ମାଲକାନଗିିରି ପୋଲିସକୁ ଆକ୍ରମଣ ଘଟଣା : ମାଟିଖାଲ ଗାଁରେ ପୋଲିସର ଚଢାଉ; ଭୟରେ ପୁରୁଷଶୂନ୍ୟ ହେଲା ଗାଁ

78

କନକ ବ୍ୟୁରୋ : ମାଲକାନଗିିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗାଁରେ ପୋଲିସର ଚଢାଉ । ଗଞ୍ଜେଇ ଚଢାଉ ସମୟରେ ମାଲକାନଗିରିରେ ପୋଲିସକୁ ମାଡ ମାରିବା ଘଟଣାରେ ମାଟିଖାଲ ଗାଁରେ ପୋଲିସ ଛାଉଣି । ଭୟରେ ପୁରୁଷଶୂନ୍ୟ ହେଲା ଗାଁ । କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ପ୍ଲାଟୁନ ପୋଲିସ ମିଳିତ ଭାବେ ଚଢାଉ ବେଳେ ମଟିଖାଲ ଗାଁ ପୁରୁଷଶୂନ୍ୟ ହୋଇଯାଇଛି ।

ଗାଁର କାହାରିକୁ ଗିରଫ କରାଯାଇନଥିବା ବେଳେ କିଛି ଧନୁ, ତୀର, ଟାଙ୍ଗିଆ ଏବଂ କିଛି ମାରଣାସ୍ତ୍ର ଜବତ କରିଛି ପୋଲିସ । ଶୁକ୍ରବାର ରାତିରେ ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ଗଞ୍ଜେଇ ରଖାଯାଇଥିବା ବେଳେ ମାଲକାନଗିରି ପୋଲିସ ଚଢାଉ କରିଥିଲା । ପୋଲିସ କର୍ମଚାରୀଙ୍କ ଉପର ଗାଁଲୋକେ ଆକ୍ରମଣ କରିବା ପରେ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଏହି ଘଟଣାକୁ ପରେ ମାଟିଖାଲ ଗାଁ ପୋଲିସ ଛାଉଣୀରେ ପରିଣତ ହୋଇଛି । ଗଞ୍ଜେଇ ରେଡ୍ କରିବା ପାଇଁ କୋରାପୁଟ ମାଛକୁଣ୍ଡ ମାଟିଖାଲ ଗାଁକୁ ଚଢାଉ କରିବାକୁ ଯାଇଥିଲା ମାଲକାନଗିରି ପୋଲିସ ।