ଭାଇଜାଗର ‘ଗୋଲ୍ଡ ମ୍ୟାନ୍’ । ହାତ ଓ ବେକରେ ପିନ୍ଧନ୍ତି ୫ କେଜିର ସୁନା, ହାସଲ କରିଛନ୍ତି ‘ଗୋଲ୍ଡ ମ୍ୟାନ୍’ ଟାଇଟଲ୍

304

କନକ ବ୍ୟୁରୋ : ବେକରେ ମୋଟା ସୁନା ଚେନ୍, ହାତରେ ସୁନାର ବ୍ରେସଲେଟ୍, ଘଣ୍ଟା ଏବଂ ମୁଦି ପିନ୍ଦି ମୁକ୍କା ଯେତେବେଳେ ଘରୁ ବାହାରିପଡନ୍ତି ସମସ୍ତେ ତାଙ୍କୁ ଲୋକେ ବୁଲି ବୁଲି ଚାହାନ୍ତି । ସେଲ୍ଫି ନେବା ପାଇଁ ଭିଡ ଜମାନ୍ତି । ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମର ସୀତମ୍ମାଧାରା ବାସିନ୍ଦା ମୁକ୍କାକୁ ସମସ୍ତେ ଏବେ ଗୋଲ୍ଡ ମ୍ୟାନ୍ ଭାବରେ ଚିହ୍ନନ୍ତି । କାହିଁକିନା ସେ ସୁନା ପିନ୍ଧି ଭାଇଜାଗର ‘ଗୋଲ୍ଡ ମ୍ୟନ୍’ ଟାଇଟଲ୍ ହାସଲ କରିଛନ୍ତି । ୫କିଲୋଗ୍ରାମର ସୁନା ଗହଣା ନପିନ୍ଧି ସେ କେବେ ଘରୁ ବାହାରନ୍ତି ନାହିଁ । ନୂଆ ପୁରୁଣା ଯାହାବି ସୁନା ଗହଣା ଥାଏ, ସେ ସବୁକୁ ପିନ୍ଧି ଘରୁ ବାହରନ୍ତି । ପୁରୁଣା ଗହଣା ପିନ୍ଧିବା ପାଇଁ ସେ କେବେ କୁଣ୍ଠାବଦ୍ଧ କରନ୍ତି ନାହିଁ । ଏହାପଛରେ ଏକ କାରଣ ରହିଛି…
ମୁକ୍କାଙ୍କ ବିଶ୍ୱାସ, ସୁନା ଶରୀରରେ ଓ ନିଜ ଆଖପାଖରେ ସକାରାତ୍ମକ ଉର୍ଜ୍ଜା ଭରିଦିଏ । ତାଙ୍କ ମତରେ, ସୁନା ବ୍ୟକ୍ତିଙ୍କୁ ଆତ୍ମବିଶ୍ୱାସୀ କରେ ଏବଂ ସମାଜରେ ସମ୍ମାନର ଅଧିକାରୀ କରେ । ନିୟମିତ ସୁନାଗହଣା ପିନ୍ଧିବା ପରଠୁ ମୁକ୍କା ନିଜ ମନୋଭାବ ଓ ଆଚରଣରେ ବଡ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ୫କିଲୋରୁ ଅଧିକ ସୁନା ଗହଣା ପିନ୍ଧି ମୁକ୍କା ଯେତେବେଲେ ଘରୁ ବାହରନ୍ତି, ସ୍ଥାନୀୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଲୋକେ ତାଙ୍କ ପାଖକୁ ଆସି ତାଙ୍କ ସହ ସେଲଫି ନେବାକୁ ଭଲପାଆନ୍ତି । କେବେଳ ଏତିକି ନୁହେଁ, ମୁକ୍କା ଏତେମାତ୍ରାରେ ସୁନା ପିନ୍ଧିବା ପଛରେବି ଆଉ ଏକ କାରଣ ରହିଛି । ସୁନା ପିନ୍ଧିବାକୁ ମୁକ୍କାଙ୍କୁ ତାଙ୍କ ମାଆ ତାଙ୍କୁ ଉତ୍ସାହିତ କରିଥିଲେ ।
କେବଳ ମୁକ୍କା କାହିଁକି, ଆଗରୁ ମୁକ୍କାଙ୍କ ଭଳି ଅନେକ ବ୍ୟକ୍ତି ପୁଳା ପୁଳା ସୁନା ପିନ୍ଧୁଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ର ପୁନେ ସ୍ଥିତ ପ୍ରଶାନ୍ତ ଲକ୍ଷ୍ମଣ ମଧ୍ୟ ପ୍ରତିଦିନ ୫ କିଲୋର ସୁନା ପିନ୍ଧନ୍ତି । ପିଲାଦିନୁ ସୁନା ପ୍ରତି ସେ ଆକର୍ଷିତ ହୋଇଥିଲେ । ୨୦୧୮ରେ ବହୁ ପରିମାଣର ସୁନା ଗହଣା ପିନ୍ଧି ସେ ଚର୍ଚ୍ଚାକୁ ଆସିଥିଲେ ।