ଚେନ୍ନାଇ ହୋଟେଲରେ ଏକାଠି ନଜର ଆସିଲେ ପ୍ରକୃତିଙ୍କ ପରିବାର ଓ ବାବୁସାନ୍। ଓଡିଶା ଫେରିବା ପରେ ପ୍ରକୃତିଙ୍କ ବୟାନ ରେକର୍ଡ କଲା ପୋଲିସ।

184

କନକ ବ୍ୟୁରୋ: ବାବୁସାନ କୁଆଡେ ଗଲେ ତାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ । ଏହାକୁ ନେଇ ବର୍ତ୍ତମାନ ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି  । ସେହି ଦୃଶ୍ୟକୁ ଆମେ ସାଙ୍କେତିକ ଚିତ୍ର ମାଧ୍ୟମରେ ଦେଖାଉଛୁ । ଦେଖାଯାଉଛି, ଏକ ହୋଟେଲ ରୁମରୁ ଆଗେ ଆଗେ ବାହାରୁଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଆଉ ତାଙ୍କ ପଛେ ପଛେ ରୁମ ଭିତରୁ ବାହାରୁଛନ୍ତି ବାବୁସାନ । ହୋଟେଲ କରିଡରରେ ପ୍ରକୃତିଙ୍କ ମା ମଧ୍ୟ ଅଛନ୍ତି । ଆଉ କେତେ ଜଣ ବି ବି ବୁଲୁଥିବା ଦେଖାଯାଉଛି ।

ରାସ୍ତା ଉପରେ କଳି ପରେ, ବାବୁସାନ ଚେନ୍ନାଇ ଚାଲିଯାଇଥିଲେ । ସେଠାରେ ଆୟୋଜକଙ୍କ ପକ୍ଷରୁ ବୁକ୍ କରାଯାଇଥିବା ମାଉଣ୍ଟ ହୀରା ହୋଟେଲରେ ରହୁଥିଲେ । ଆଉ ସେହି ହୋଟେଲରେ ପହଁଞ୍ଚ ଯାଇଥିଲେ ପ୍ରକୃତି ମିଶ୍ର । ହେଲେ ପ୍ରକୃତି ସେଠାକୁ କାହିଁକି ଯାଇଥିଲେ ଓ କେତେ ସମୟ ରହିଥିଲେ ତାହା ଜଣାପଡିନାହିଁ ।

ବିବାଦ ଭିତରେ ଚେନ୍ନାଇରୁ ଭୁବନେଶ୍ୱର ଫେରିଆସିଛନ୍ତି ପ୍ରକୃତି ମିଶ୍ର । ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରକୃତିଙ୍କ ସତ୍ୟବିହାରସ୍ଥିତ ଘରେ ପହଞ୍ଚଥିଲା ଖାରବେଳନଗର ଥାନା ପୋଲିସ । ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଓ ସେଦିନ କଣ ଘଟିଥିଲା, ସେନେଇ ପ୍ରକୃତିଙ୍କୁ ପଚରାଉଚୁରା କରିଛନ୍ତି ଥାନା ଅଧିକାରୀ ଓ ମହିଳା ତଦନ୍ତକାରୀ  । ପ୍ରକୃତି ପୋଲିସ ପ୍ରଶ୍ନର ଉତ୍ତର ରଖିବା ସହ ତଦନ୍ତରେ ସହଯୋଗ କରୁଥିବା ତାଙ୍କ ବାପା ମନ୍ମଥ ମିଶ୍ର ସୂଚନା ଦେଇଛନ୍ତି ।

ପ୍ରକୃତି ଓଡିଶା ଫେରି ଆସିଥିଲେ ମଧ୍ୟ ବାବୁସାନ ଏବେ କେଉଁଠି ଅଛନ୍ତି ତାହା କାହାକୁ ଜଣାନାହିଁ । କେବେ ଫେରିବେ ବି ଜଣାନାହିଁ । ଆଉ ଏବେ ପ୍ରଶ୍ନ ଉଠୁଛି,

– କେଉଁଁଠି ଅଛନ୍ତି ବାବୁସାନ? 

– ଯଦି ପ୍ରକୃତି ଓ ତାଙ୍କ ପରିବାର ସହ ଥିଲେ, ସେମାନଙ୍କ ସହ ଫେରିଲେ ନାହିଁ କାହିଁକି? 

– ନଫେରିବା ପାଇଁ ତାଙ୍କ ଉପରେ କାହାର ଚାପ ରହିଛି କି? 

– ଓଡି଼ଶାକୁ ଫେରି ତଦନ୍ତରେ ସହାୟତା କରିବେ କି? 

– ମାଆ ଅପରାଜିତଙ୍କ ଅନୁରୋଧ ରକ୍ଷା କରି ପରିବାର ପାଖକୁ ଫେରିବେ କି? 

ଏହା ଭିତରେ ସାମ୍ନାକୁ ଆସିଛନ୍ତି ବାବୁସାନଙ୍କ ଫ୍ୟାନ୍ । ବାବୁସାନ୍ଙ୍କୁ ତାଙ୍କ ଫ୍ୟାନ୍ ଅପିଲ କରି କହିଛନ୍ତି, ଏବେ ବି ସମୟ ଅଛି । ଓଡ଼ିଆ ସିନେ ଜଗତକୁ ସୁପରହିଟ୍ ଫିଲ୍ମ ଦିଅ । ସୋସିଆଲ ମିଡିଆରେ ମଧ୍ୟ ବାବୁସାନ୍ଙ୍କ ସମର୍ଥକମାନେ ପୁରୁଣା ତ୍ରୁଟି ସୁଧାରି ଆଗକୁ ବଢିବାକୁ ଅପିଲ କରିଛନ୍ତି ।