ଗଞ୍ଜେଇ ନଷ୍ଟ ବେଳେ ପୋଲିସ୍ ଉପରେ ଆକ୍ରମଣ : ୩ ପୁଲିସ୍ କର୍ମଚାରୀ ଆହତ, ହୋମଗାର୍ଡ଼ଙ୍କୁ ଅଟକ ରଖିଲେ ଗାଁଲୋକ

112

କନକ ବ୍ୟୁରୋ : ମାଲକାନାଗିରିରେ ପୁଣି ଥରେ ଗଞ୍ଜେଇ ମାଫିଆଙ୍କ ଦୈାରାତ୍ମ୍ୟ ଦେଖିବାକୁ ମିଳିଛି । ମାଲକାନାଗିରି ରାଜବନ୍ଧ ଗାଁରେ ଗଞ୍ଜେଇ ନଷ୍ଟ ବେଳେ ଓରକେଳ ଥାନା ପୋଲିସ୍ ଉପରେ ହୋଇଛି ଆକ୍ରମଣ । ତେବେ ଆକ୍ରମଣ ଫଳରେ ୩ ପୋଲିସ୍ ମଧ୍ୟ ଆହତ ହୋଇଛନ୍ତିି । ଘଟଣାରେ ଜଣେ ହୋମଗାର୍ଡଙ୍କୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଚିତ୍ରକୋଣ୍ଡା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ରାଜାବନ୍ଧ ଗାଁକୁ ଯାଇଛନ୍ତି ।