ଘର ଭାଙ୍ଗିଲା, କୁଆଡେ ଯିବେ ଦେହଜୀବୀ ? ଜାଡ ଭିତରେ ଖୋଲା ଆକାଶ ତଳେ ବିତୁଛି ଜୀବନ; ଥଇଥାନ ନକଲେ ନବୀନ ନିବାସ ଘେରିବାକୁ ଚେତାବନୀ

726

କନକ ବ୍ୟୁରୋ : କୋହଲା ପାଗ ଲାଗି ରହିଛି । ସୂର୍ଯ୍ୟ ନଇଁଲେ ଶୀତ ମାଡି ଆସୁଛି । ଏଭଳି ସମୟରେ ବେସାହାରା ହୋଇଛନ୍ତି, ବାଣିବିହାର ପାଖରେ ରହୁଥିବା ଦେହଜୀବୀ । ହକି ବିଶ୍ୱକପ୍ ଲାଗି ସେମାନଙ୍କ ଘର ଭାଙ୍ଗି ଦେଇଛନ୍ତି । ୪୦ରୁ ଅଧିକ ମହିଳା ଖୋଲା ଆକାଶ ତଳେ ଚାହିଁ ରହିଛନ୍ତି ।

ଯିବେ କୁଆଡେ, ଖାଇବେ କେଉଁଠି, ରାତିରେ ରହିବେ କେଉଁଠି । ସେହି ଚିନ୍ତା ଘାରିଛି । ଥଇଥାନ ନକରି ବିଶ୍ୱକପ୍ ହକି ଆଳରେ ଏମିତି ସେମାନଙ୍କ ଘର ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ବିଶ୍ୱକପ୍ ହକି ଖେଳ ପାଇଁ ବାଣୀବିହାରରେ ଥିବା ସେମାନଙ୍କ ବସ୍ତିକୁ ଉଛେଦ କରିଛନ୍ତି ବୋଲି ଦେହଜୀବୀ କହିଛନ୍ତି । ୩୦ବର୍ଷ ଧଣି ବାଣୀବିହାରର ଏକ ଜଙ୍ଗଲକୁ ସଫାକରି ସେମାନେ ରହି ଆସୁଛନ୍ତି ।

ଦେହ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ପ୍ରଶାସନର ଏଭଳି କାର୍ଯ୍ୟ ଯୋଗୁଁ ପ୍ରାୟ ୧୫ଟି ପରିବାର ବେସାହାରା ହେବା ସହିତ ଦୁଃଖକଷ୍ଟରେ ନିଜ ପିଲାଛୁଆଙ୍କୁ ଧରି ରାସ୍ତାକଡରେ ଶୀତ କାକରରେ ରାତ୍ରୀ ଯାପନ କରୁଛନ୍ତି । ଚେତାବନୀ ଦେଇ କହିଛନ୍ତି ୭ଦିନ ଭିତରେ ମଧ୍ୟରେ ଯଦି ସେମାନଙ୍କୁ ଥଇଥାନ କରାନଯିବ, ତେବେ ସେମାନେ ନବୀନ ନିବାସ ଘେରାଉ କରିବେ ।