ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ : ଲୁମ୍ବିନୀରେ ପହଞ୍ଚି ମହାମାୟା ଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

89

କନକ ବ୍ୟୁରୋ : ନେପାଳ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନେପାଳର ଲୁମ୍ବିନୀରେ ପହଞ୍ଚି ମହାମାୟା ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ନେପାଳରେ ପହଞ୍ଚିବା ପରେ ବିମାନବନ୍ଦରରେ ମୋଦୀଙ୍କୁ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ସ୍ୱାଗତ କରିଥିଲେ । ଏହି ଗସ୍ତ ବେଳେ ଦୁଇ ଦେଶ ମଧ୍ୟରେ ଅନେକ କିଛି ଚୁକ୍ତି ସ୍ୱାକ୍ଷରିତ ହେବ । ତେଣୁ ମୋଦୀଙ୍କ ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମିଳିଥିବା ସୂଚନା ଅନୁଯାୟୀ ନେପାଳ ନିଜ ଦେଶର ବିଭିନ୍ନ ପ୍ରକଳ୍ପ ପାଇଁ ଭାରତୀୟ କମ୍ପାନୀ ମାନଙ୍କ ସହ ଚୁକ୍ତି କରିବାକୁ ଚାହୁଁଛି । ତେଣୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ଆଲୋଚନା କରିବେ ।

ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ମୁଖ୍ୟତଃ ସେଟି ଜଳ ବିଦ୍ୟୁତ ପ୍ରକଳ୍ପକୁ ନେଇ ଆଲୋଚାନ ବେଳେ ଗୁରୁତ୍ୱ ଦେବେ । ୨୦୧୭ରେ ନେପାଳର ଏହି ପ୍ରକଳ୍ପ କାମ କରିବା ପାଇଁ ଚୀନର ଏକ କମ୍ପାନୀ ସହ ବୁଝାମଣା ହୋଇଥିଲା । ଏବେ କିନ୍ତୁ ନେପାଳ ଭାରତୀୟ କମ୍ପାନୀକୁ ପ୍ରକଳ୍ପ କାମ ଦେବାକୁ ଚାହୁଁଛି । ତେଣୁ ଚୀନ ମୋଦୀଙ୍କ ଗସ୍ତ ଉପରେ ନଜର ରଖିଛି । ନିକଟରେ ନେପାଳରେ ସରକାର ପରିବର୍ତନ ହୋଇଥିଲା । ସେହିପରି ଭାରତର କିଛି ଅଂଶକୁ ନେପାଳ ନିଜର ମାନଚିତ୍ରରେ ଦେଖାଇଥିଲା । ଏହା ଚୀନର ଇସାରାରେ ହେଉଥିଲା ବୋଲି କୁହାଯାଏ । ଏବେ କିନ୍ତୁ ନେପାଳ ପ୍ରଧାନମନ୍ତ୍ରୀ ଭାରତ ସହିତ ସମ୍ପର୍କ ମଜବୁତ କରିବାକୁ ଚାହୁଁଛନ୍ତି ବୋଲି କୁହାଯାଉଛି ।