ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି : ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ; ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା ସୂଚନା

161

କନକ ବ୍ୟୁରୋ : ପୁରୀ ଏମାର ମଠ ପରିସରରୁ ବାହାରିଲା ବିରଳ ସିଂହ ମୂର୍ତ୍ତି । ଖନନ ବେଳେ ପୁରାତନ ସିଂହ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ଜିପିଆରଏସ ହୋଇନଥିବାରୁ ଏପରି ଘଟିଥିବା କୁହାଯାଉଛି । ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ଏବେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି ।

ଗତ ମେ ୭ ତାରିଖରେ ଏଏସଆଇ ଦେଇଥିବା ସତ୍ୟପାଠ ଏବେ ଅନେକ ଗୁମର ଖୋଲୁଛି । ସତ୍ୟପାଠରେ ଖନନ ସମୟରେ ମାଟିତଳୁ କୀର୍ତ୍ତିରାଜୀ ମିଳିଥିବା ସ୍ପଷ୍ଟ କରିଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଲଗ୍ନ ଏଏସଆଇ ହାଇକୋର୍ଟଙ୍କୁ ଅବଗତ କରିଛି । ତେବେ ବଡ଼ ବଡ଼ ଖନନ ହୋଇଥିବାରୁ ଆହୁରି ଏପରି ଅନେକ ମୂର୍ତି ମିଳିପାରେ ।