ନରେନ୍ଦ୍ର ମୋଦୀ ପୁଣି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା : ପଛରେ ପଡିଲେ ବାଇଡେନ୍, ସୁନକ ଓ ଇମାନୁଏଲଙ୍କ ପରି ୧୬ ରାଷ୍ଟ୍ରନେତା

100

କନକ ବ୍ୟୁରୋ : ନରେନ୍ଦ୍ର ମୋଦୀ ପୁଣି ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା । ଆମେରିକୀୟ କମ୍ପାନୀ ମର୍ଣ୍ଣିଂ କନ୍ସଲ୍ଟ ସର୍ଭେ ରିପୋର୍ଟରେ ମୋଦୀଙ୍କ ଲୋକପ୍ରିୟତା ରେଟିଂ ୭୮ ପ୍ରତିଶତ ରହିଛି । ଯାହାକି ବିଶ୍ୱନେତାଙ୍କ କ୍ଷେତ୍ରରେ ସର୍ବାଧିକ । ଲୋକପ୍ରିୟତା ରେଟିଂରେ ମୋଦୀ, ବାଇଡେନ୍, ଋଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲଙ୍କ ପରି ୧୬ ରାଷ୍ଟ୍ରନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

ବିଶ୍ୱବ୍ୟାପୀ ବରିଷ୍ଠ ନାଗରିକମାନେ ମଧ୍ୟ ମୋଦୀଙ୍କୁ ବିଶ୍ୱନେତା ଭାବେ ସର୍ବାଧିକ ପସନ୍ଦ କରିଛନ୍ତି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମେକ୍ସିକୋ ରାଷ୍ଟ୍ରପତି । ତାଙ୍କୁ ୬୮ ପ୍ରତିଶତ ଲୋକପ୍ରିୟତା ରେଟିଂ ମିଳିଛି । ତୃତ୍ୱୀୟ ସ୍ଥାନରେ ରହିଛନ୍ତି ସ୍ୱିଜରଲାଣ୍ଡ ରାଷ୍ଟ୍ରପତି । ତାଙ୍କୁ ମିଳିଛି ୬୨ ପ୍ରତିଶତ ଲୋକପ୍ରିୟତା ରେଟିଂ । ତାଲିକାରେ ଆମେରିକା ରାଷ୍ଟ୍ରପତି ବାଇଡେନ୍ ୪୦ ପ୍ରତିଶତ ରେଟିଂ ସହିତ ସପ୍ତମ ସ୍ଥାନରେ ଥିବା ବେଳେ ସୁନକ ୩୦ ପ୍ରତିଶତ ରେଟିଂ ସହ ୧୩ ତମ ସ୍ଥାନରେ ରହିଛନ୍ତି ।