ହାରି ହାରି ଜିତିବା ଶିଖିଛି, ବିଜୟ ଓ ପରାଜୟ ଉଭୟ ଦେଖିଛି ବିଜେପି: ନରେନ୍ଦ୍ର ମୋଦୀ

146

କନକ ବ୍ୟୁରୋ: ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା ପରେ କୌଣସି ରାଜ୍ୟ ଗସ୍ତ କରିନି । ନିର୍ବାଚନ କମିଶନଙ୍କ ନିୟମ ପାଳନ କରିଛି । ବିଜେପି ସରକାରରେ ରହୁ କି ବିରୋଧୀ ଲୋକଙ୍କ ସେବା ଆମର ଲକ୍ଷ୍ୟ । ସବକା ସାଥ ସବକା ବିକାଶ ଆମ ମୂଳ ଲକ୍ଷ୍ୟ । ୫ ରାଜ୍ୟର ଜନତା ବିଜେପିକୁ ସେବାର ସୁଯୋଗ ଦେବେ ।

ଆହୁରି କହିଛନ୍ତି କି, ପୂର୍ବ ସରକାରମାନେ କେବଳ ଫାଇଲରେ ଦସ୍ତଖତ କରୁଥିଲେ । ବିଜେପି ସବୁବେଳେ ପ୍ରୋଇନକେମ୍ବେନ୍ସିକୁ ନେଇ ନିର୍ବାଚନ ଲଢେ । ବିଜେପି ସରକାରର କାମ ଦେଖି ଆମକୁ ସ୍ୱିକାର କରିଛନ୍ତି ଜନତା । ବିଜେପି ଏକାଠି କାମ କରିବାରେ ବିଶ୍ୱାସ କରେ । ବିଜେପି ନିର୍ବାଚନ ହାରି ହାରି ବିଜୟ ହାସଲ କରିବାରେ ଲାଗିଛି । ବିଜୟ ଓ ପରାଜୟ ଉଭୟ ଦେଖିଛି ବିଜେପି ।

ନିର୍ବାଚନ ଜିତିଲା ପରେ ଲୋକଙ୍କ ମନ ଜିତିବାରେ କେବେ ଅବହେଳା କରିନୁ । ବିଜୟ ଆମ ଉପରେ ଭାରି ନହେଉ ଏହି ପ୍ରୟାସ କରୁ । ପରାଜୟ ଭିତରେ ଆମେ ଆଶା ଖୋଜୁ । ଆମ ପାଇଁ ନିର୍ବାଚନ ଏକ ମୁକ୍ତ ବିଶ୍ୱବିଦ୍ୟାଳୟ । ଯେଉଁଥିରେ ନିଯୁକ୍ତିର ସୁଯୋଗ ଅଛି ଆଉ ନିଜକୁ ଚିହ୍ନିବାର ସମୟ ବି ମିଳିଥାଏ । ସେଥିପାଇଁ ଆମେ ନିର୍ବାଚନକୁ ଏକ ଶିକ୍ଷା ବୋଲି ଗ୍ରହଣ କରୁ ବୋଲି ଏହି ସାକ୍ଷାତକାରରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।