୫ଟି ରାଜ୍ୟରେ ବିଜେପିକୁ ମିଳିବ ବିପୁଳ ବିଜୟ । ବିଜେପିକୁ ସେବାର ସୁଯୋଗ ଦେବେ ଜନତା ।

814

କନକ ବ୍ୟୁରୋ : ୫ଟି ରାଜ୍ୟରେ ବିଜେପିକୁ ମିଳିବ ବିପୁଳ ବିଜୟ । ବିଜେପିକୁ ସେବାର ସୁଯୋଗ ଦେବେ ଜନତା । ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି ହାରି ହାରି ଜିତିବା ଶିଖିଛି ବିଜେପି । ଆମେ ପରାଜୟ ଭିତରେ ବି ଆଶା ଖୋଜିଥାଉ । ଆମର କାମକୁ ଦେଖି ଜନତା ଆମକୁ ଭୋଟ୍ ଦେବେ ।

ତେବେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର, ଉତ୍ତରାଖଣ୍ଡରେ ପଡିବାକୁ ଯାଉଛି ବିଧାନସଭା ନିର୍ବାଚନ ପାଇଁ ଭୋଟ୍ । ଆଉ ଏହା ପୂର୍ବରୁ ବିଜୟ ନେଇ ଦମ୍ଭୋକ୍ତି ବାଢିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ସବୁବେଳେ ପ୍ରୋ ଇନକମ୍ବେନ୍ସିକୁ ନେଇ ନିର୍ବାଚନ ଲଢିଥାଏ । ବିଜେପି ଏକାଠି କାମ କରିବାରେ ବିଶ୍ୱାସ କରେ । ପରାଜୟ ଭିତରେ ବି ନିରାଶା ନହୋଇ ଆଶା ଖୋଜିଥାଏ ଭାରତୀୟ ଜନତା ପାର୍ଟି ।