ମୋଦିଙ୍କ ‘ଡବଲ ଇଞ୍ଜିନ ସରକାର’ କଥା । କହିଲେ, ଡବଲ ଇଞ୍ଜିନ ସରକାର ହେଲେ ଗରିବଙ୍କୁ ମିଳେ ଲାଭ ।

93

କନକ ବ୍ୟୁରୋ : ଖବର ସରବରାହ ସଂସ୍ଥା ଏଏନଆଇକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ‘ଡବଲ ଇଞ୍ଜିନ ସରକାର’ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି, ଲୋକଙ୍କ ଉନ୍ନତି ପାଇଁ ମିଶିକି କାମ କରିବାକୁ ପଡ଼ିବ । କିଛି ରାଜ୍ୟ ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡ଼ିହେବାକୁ ଚାହୁଁନାହାନ୍ତି । ଏହା ପଛରେ କ’ଣ ରହିଛି କାରଣ ତାହା ଜଣାପଡୁନି ।

କଲ୍ୟାଣକାରୀ ଯୋଜନାରେ ରାଜନୀତି କରିବା ଉଚିତ ନୁହେଁ । ଡବଲ ଇଞ୍ଜିନ ସରକାର ହେଲେ ଗରିବଙ୍କୁ ଲାଭ ମିଳିଥାଏ । ଡବଲ ଇଞ୍ଜିନ ସରକାରରେ ଶକ୍ତି ବଢିଥାଏ । ଆମେ ବିବିଧତାରେ ଏକତାର ଦର୍ଶନ କରିଥାଉ ।