ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ, ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠାକୁ ଅପେକ୍ଷା କରିଛି ସାରା ବିଶ୍ୱ

163

କନକ ବ୍ୟୁରୋ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପହଂଚିଛନ୍ତି । ସେଠାରେ ସେ ରୋଡ ଶୋ କରି ଅଯୋଧ୍ୟା ଧାମ ରେଳ ଷ୍ଟେସନରେ ପହଂଚି ଉଦଘାଟନ କରିଥିଲେ ।

ସେଠାରେ ସେ ତାଙ୍କ ଭାଷଣରେ କହିଛନ୍ତି କି, ସାରା ବିଶ୍ୱ ଆଜି ଉତ୍ସାହର ସହ ଜାନୁଆରୀ ୨୨ ତାରିଖକୁ ଅପେକ୍ଷା କରିଛି । ସାରା ଦେଶର ଜନସାଧାରଣଙ୍କ ପରି ମୁଁ ମଧ୍ୟ ରାମଭକ୍ତ ଓ ଜାନୁଆରୀ ୨୨କୁ ମୁଁ ମଧ୍ୟ ଉତ୍ସୁକତାର ସହ ଅପେକ୍ଷା କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କେବଳ ସେତିକି ନୁହେଁ ଅଯୋଧ୍ୟା ଗ୍ରସ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ୧୫.୭୦୦ କୋଟି ଟଙ୍କାର ଅନେକ ପରିଯୋଜନାର ଉଦଘାଟନ ଉ ଶିଳାନ୍ୟାସ ମଧ୍ୟ କରିଛନ୍ତି ।

ଏହି ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରିୟ ନଗରୀ ଅଯୋଧ୍ୟା ଏବେ ଚିର ପୂରାତନ ବୈଭବ ସହ ସଜେଇ ହୋଇଛି ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ସଭାକୁ ଉଦବୋଧନ ଦେଇ କହିଛନ୍ତି କି, ଆଜି ପ୍ରଧାନମନ୍ତ୍ରୀ ୬ଟି ନୂଆ ବନ୍ଦେ ଭାରତ ଟ୍ରେନ ଓ ଦୁଇଟି ଅମୃତ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ବନ୍ଦେ ଭାରତ ମାଧ୍ୟମରେ ଆଜି ଅଯୋଧ୍ୟାରୁ ଦିଲ୍ଲୀ ସଂଯୋଗ ହୋଇଛି ।