ମୋଦୀଙ୍କ ଦାମୀ କାର୍ । ସୁରକ୍ଷା ପାଇଁ କ’ଣ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା?

263

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଏଥର ରାଜନୀତି ପାଇଁ ବରଂ ଅନ୍ୟ କିଛି କାରଣ ପାଇଁ ଚର୍ଚ୍ଚାରେ । ଏଥର ମୋଦୀ ନିଜ ଦାମୀ କାରକୁ ନେଇ ଚର୍ଚ୍ଚାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆସିଲା ନୂଆ କାର । ଆଉ ଏହି ନୂଆ କାରକୁ ଏଣିକି ମୋଦୀଙ୍କ କାରକେଡ଼ରେ ଦେଖିବାକୁ ମିଳିବ । ଏହି ନୂଆ କାର ର ନାମ ମର୍ସିଡିଜ୍-ମେବ୍ୟକ୍ ଏସ୬୫୦ ହୋଇଥିବାବେଳେ ଏଥିରେ ଖୁବ ଖାସ ବୈଶିଷ୍ଟ୍ୟ ରହିଛି । ବିଶେଷ କରି ଏହି କାର ଉପରେ ଗୁଳିମାଡ ଓ ବିସ୍ଫୋରଣର କୌଣସି ପ୍ରଭାବ ପଡ଼ିନଥାଏ । ସୂଚନା ମୁତାବକ ରେଞ୍ଜ ରୋଭର ଭୋଗ ଏବଂ ଟୟୋଟା ଲ୍ୟାଣ୍ଡ କ୍ରୁଜରକୁ ଅପଡେଟ କରାଯାଇ ଏହାକୁ କାରକେଡରେ ଅନ୍ତର୍ଭୁକ୍ତ କରାଯାଇଛି । ରିପୋର୍ଟ ଅନୁଯାୟୀ, ନିକଟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସିଥିବାବେଳେ ଉଭୟ ମୋଦୀ ଓ ପୁଟିନଙ୍କୁ ହାଇଦ୍ରାବାଦ ହାଉସରେ ଏହି ନୂତନ ମର୍ସିଡିଜ୍-ମେବ୍ୟକରେ ଦେଖିବାକୁ ମିଳିଥିଲା  ।

ସୂଚନା ମୁତାବକ, ମର୍ସିଡିଜ୍-ମେବ୍ୟକ୍ ଗତ ବର୍ଷ ୧୦.୫ କୋଟି ଟଙ୍କାରେ ଭାରତରେ ଏସ୬୦୦ ଗାର୍ଡ ଲଞ୍ଚ କରିଥିଲା ଏବଂ ଏସ୬୫୦ର ମୂଲ୍ୟ ୧୨ କୋଟିରୁ ଅଧିକ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଏସପିଜି ଏକ ନୂତନ ଗାଡି ପାଇଁ ଡିମାଣ୍ଡ କରିଥିଲେ। ଆଉ ସେଥିପାଇଁ ଏହି କାରକୁ ସାମିଲ କରାଯାଇଛି । କୁହାଯାଉଛି ଯେ ଏହି କାର ଉପରେ ଗୁଳିର କୌଣସି ପ୍ରଭାବ ପଡ଼ିନଥାଏ ।

ଏହା ବିସ୍ଫୋରଣ ପ୍ରୁଫ୍ ଭେଇକିଲ୍ (ଋଜଠ) ରେଟିଂ ମଧ୍ୟ ପାଇଛି । କାରର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି, ଏଥିରେ ବସିଥିବା ବ୍ୟକ୍ତି ଯେକୌଣସି ବିସ୍ଫୋରଣରୁ ମଧ୍ୟ ସୁରକ୍ଷିତ ରହିପାରିବେ । କାରର ୱିଣ୍ଡୋର ଭିତର ଅଂଶକୁ ପଲିକାର୍ବୋନେଟ୍ ସହିତ ଆବୃତ କରାଯାଇଛି ଏବଂ ଏଥିରେ ସ୍ୱତନ୍ତ୍ର ରନ୍-ଫ୍ଲାଟ ଟାୟାର ଅଛି ଯାହା କ୍ଷତି ହେଲେ ମଧ୍ୟ କାମ କରିଥାଏ ।