ଅର୍ଥମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଶଂସା ମୋଦୀ କହିଲେ ଦେଶର ୪ ସମ୍ଭକୁ ମଜଭୁତ କରିବ କାମଚଳା ବଜେଟ

114

କନକ ବ୍ୟୁରୋ : ବଜେଟ ଉପସ୍ଥାପନ ହେବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି ଏହି ବଜେଟ ଦେଶର ୪ ସମ୍ଭକୁ ଯଥା ଯୁବଗୋଷ୍ଠୀ, ମହିଳା, ଗରିବ ଓ ଚାଷୀଙ୍କୁ ମଜଭୁତ କରିବ । ବଜେଟ ଦେଶର ଭବିଷ୍ୟତ ନିର୍ମାଣ କରିବ । ୪୭.୬୭ ଲକ୍ଷ କୋଟି ଟଙ୍କାର ବ୍ୟବବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ୨୦୪୭ ବିକଶିତ ଭାରତ ଗଠନ ପାଇଁ ବ୍ୟବସ୍ଥା ହୋଇଛି । ଯୁବ ଭାରତର ଯୁବ ଆକାଂକ୍ଷାର ଛାପ ରହିଛି । ଆଜିର ବଜେଟ ଅଦଭୁତ ଅଟେ । ନିରନ୍ତର ଆତ୍ମବିଶ୍ୱାସର ଝଲକ ରହିଛି । ଏଥିସହ ମୋଦୀ କହିଛନ୍ତି ଏହି ବଜେଟ ଦେଶର ଭବିଷ୍ୟତ ଗଠନ ପାଇଁ ବଜେଟ ଅଟେ । ୨୦୪୭ ବିକଶିତ ଭାରତର ମୁଳଦୁଆକୁ ଦୃଢ କରିବ ।