ଅନ୍ତରୀଣ ବଜେଟ ଲାକ୍ଷାଦ୍ୱୀପ ପାଇଁ ସ୍ୱତନ୍ତ୍ର ଘୋଷଣା । ଲାକ୍ଷାଦ୍ୱୀପ ସହ ଅନ୍ୟାନ୍ୟ ଦ୍ୱୀପପୁଂଜର ମଜଭୁତ ଭିତିଭୂମି ପାଇଁ ସରକାର କରିବେ ବଡ ନିବେଶ

267

କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ପାଇଁ କାମଚଳା ବଜେଟରେ ସ୍ୱତନ୍ତ୍ର ଘୋଷଣା । ଭାରତୀୟ ପର୍ଯଟନକ୍ଷେତ୍ରର ଭିତିଭୂମିକୁ ଅଧିକ ମଜଭୁତ କରିବା ପାଇଁ ଅନ୍ତରୀଣ ବଜେଟରେ ବଡ ଘୋଷଣା କରାଯାଇଛି । ଲାକ୍ଷାଦ୍ୱୀପକୁ ଅଧିକ ଆକର୍ଷିତ କରିବା ପାଇଁ ସରକାର କରିବେ ବଡ ନିବେଶ । ସରକାର କହିଛନ୍ତି ପର୍ଯ୍ୟଟନକ୍ଷେତ୍ରରେ ସବୁପ୍ରକାର ସୁବିଧା ଓ ବ୍ୟବସ୍ଥା ରହିଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆକର୍ଷିିତ ହେବେ । ତେଣୁ ଲାକ୍ଷାଦ୍ୱୀପରେ ପୋର୍ଟ କନେକ୍ଟବିଟି, ଟୁରିଜିମ ଇନଫାଷ୍ଟ୍ରକଚର ଓ ଅନ୍ୟାନ୍ୟ ସୁବିଧା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ବିମାନପଥ ବଢ଼ାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଚଳିତ ଆର୍ଥିକ ବର୍ଷରେ ନୂଆ ୫୭୦ ବିମାନ ପଥ କରାଯିବ । ଯାହାଦ୍ୱାରା ଏକକୋଟିରୁ ଅଧିକ ପର୍ଯ୍ୟଟକ ସୁବିଧା ପାଇବେ ।ସେହିପରି ଆଗାମୀ ଦିନରେ ରେଳ ଯାତ୍ରାକୁ ଅଧିକଫୋକସ କରାଯିବ । ଏହାର ମୁଳ ଲକ୍ଷ୍ୟ ହେଉଛି କିଭଳି ଭାରତୀୟ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକରୁ ଅଧିକ ପର୍ଯଟକ ଆସିବେ । ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଆର୍କଷଣୀୟ କରିବା ଦିଗରେ କାମ କରାଯିବା । ଏହାଦ୍ୱାରା ସରକାର ଓ ସ୍ଥାନୀୟ ବାସିନ୍ଦା ଅଧିକ ଲାଭବାନ ହେବେ ।