ବିଦେଶମାଟିରେ ଭାରତୀୟ ବଂଶୋଦ୍ଭବଙ୍କ ଚମକ । ସିଙ୍ଗାପୁର ରାଷ୍ଟ୍ରପତି ହେଲେ ଥର୍ମନ ଶନମୁଗରତ୍ନମ

143

କନକ ବ୍ୟୁରୋ : ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ ଜିତିଲେ ମୂଳ ଭାରତୀୟ ନାଗରିକ ଥର୍ମନ ଶନମୁଗରତ୍ନମ । ୭୦.୦୪ % ଭୋଟ ସହ ନିର୍ବାଚନ ସେ ଜିତିଛନ୍ତି । ଶୁକ୍ରବାର ନିର୍ବାଚନ କମିଶନ ପକ୍ଷରୁ ଘୋଷଣା କରାଯାଇଛି । ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି ଥର୍ମନ । ଏନଜି କୋକ ସଙ୍ଗ ଓ ଟ୍ୟାନ କିନ ଲିୟାମକୁ ପଛରେ ପକାଇ ସିଙ୍ଗାପୁର ରାଷ୍ଟ୍ରପତି ହୋଇଛନ୍ତି ଥର୍ମନ । ଏହା ପୂର୍ବର ସେ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ସାରିଛନ୍ତି । ସେ ଶିକ୍ଷା ଓ ଅର୍ଥ ବିଭାଗରେ ମଧ୍ୟ କାମ କରିଛନ୍ତି । ୨୦୦୨ ମସିହାରରେ ପିପୁଲସ ଆକ୍ସନ ପାର୍ଟି ସହିତ ସରକାରୀ କ୍ଷେତ୍ର ଓ ମନ୍ତ୍ରୀ ପଦରେ ସେ କାର୍ଯ୍ୟ କରିଛନ୍ତି ।