ଜି-୨୦ ବୈଠକ ପାଇଁ ପ୍ରସ୍ତୁତି ଜୋରଦାର । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ, ହୋଟେଲ ଓ କାର୍ଯ୍ୟକ୍ରମ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା

211

କନକ ବ୍ୟୁରୋ : ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ହେବ ଜି-୨୦ ଶିଖର ସମ୍ମିଳନୀ । ସଦସ୍ୟ ଦେଶର ଶୀର୍ଷ ନେତାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ବୈଠକରେ ଯୋଗ ଦେବେ । ଏହା ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ୯ରେ ହେବ ବୈଠକ କିନ୍ତୁ ୩ଦିନ ପୂର୍ବରୁ ଦିଲ୍ଲୀରେ ପହଁଚିବେ ଅତିଥି । କଡ଼ା ସୁରକ୍ଷା ଭିତରେ ରହିଛି ପୂରା ଦିଲ୍ଲୀ । ମିଳିଥିବା ସୂଚନା ଅନୁଯାୟୀ

‘ଜି-୨୦’ ପାଇଁ ଦିଲ୍ଲୀ ପ୍ରସ୍ତୁତ
-ଜି-୨୦ ଶିଖର ସମ୍ମିଳନୀ ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି
-ଅତିଥିଙ୍କ ରହଣି ସ୍ଥାନରେ ମୁତୟନ ହେବେ ଏଚ୍ଆଇଟି ସ୍କ୍ୱାଡ୍
-ଦିଲ୍ଲୀ ସ୍ପେଶାଲ ସ୍କ୍ୱାଡ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ମୁତୟନ ହେବେ
-ଦିଲ୍ଲୀ ଓ ଗ୍ରେଟର ନୋଏଡାରେ ୫୦ଟି ପଂଚତାରକା ହୋଟେଲ ବୁକ କରାଯାଇଛି ।
-ସେପ୍ଟେମ୍ବର ୮,୯,୧୦ ଦିଲ୍ଲୀରେ ଛୁଟି ଘୋଷଣା କରାଯାଇଛି
-ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରହିବ
-କେବଳ ଜରୁରୀ କାର୍ଯ୍ୟରେ ନିୟୋଜିତ କାର୍ଯ୍ୟାଳୟ ଖୋଲା ରହିବ
-ବଜାର ଘାଟ ବନ୍ଦ ରହିବ
-ଟ୍ରାଫିକ ରୁଟ ପରିବର୍ତନ ହେବ ଓ ନୂଆ ଗାଇଡ୍ଲାଇନ ଜାରି କରାଯାଇଛି

ମିଳିଥିବା ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀ ଆଇଟିସି ମୌର୍ଯ୍ୟରେ ରହିବେ । ଆମେରିକାର ସିକ୍ରେଟ ସର୍ଭିସ କମାଣ୍ଡୋ ବାଇଡେନଙ୍କ ହୋଟେଲର ପ୍ରତିଟି ଫ୍ଲୋରରେ ଜଗି ରହିବେ । ହୋଟେଲର ୧୪ ମହଲା ରୁମରେ ରହିବେ ଜୋ ବାଇଡେନ । ବାଇଡେନ ଓ ତାଙ୍କ ଟିମ ପାଇଁ ୪ଶହ ରୁମ ବୁକ କରାଯାଇଛି । ଚୀନ ରାଷ୍ଟ୍ରପତି ତାଜ୍ ପ୍ୟାଲେସରେ ରହିବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ସାଙ୍ଗ୍ରି ଲା ହୋଟେଲରେ ରହିବେ । ସେହିପରି ଅନ୍ୟ ରାଷ୍ଟ୍ରନେତାଙ୍କ ପାଇଁ କଡ଼ା ସୁରକ୍ଷା ଭିତରେ ରହିବା ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରନେତାମାନଙ୍କ ଯୋଗଯୋଗ ଟିମ ଭାରତରେ ପହଁଚିସାରିଥିବା ସୂଚନା ରହିଛି । ସେପଟେ ଦିଲ୍ଲୀ ବିମାନବନ୍ଦର ଓ ହିଣ୍ଡନ ଏୟାରବେସକୁ ସଜ୍ଜ୍ାଯିବା ସହ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଭାରତକୁ ବହୁ ରାଷ୍ଟ୍ରନେତା ପହଁଚିବେ । ତେଣୁ ସାରା ବିଶ୍ୱର ନଜର ରହିଛି ଭାରତ ଉପରେ । ସେଥିପାଇଁ ମୋଦୀ ସରକାର କାର୍ଯ୍ୟକ୍ରମ ପ୍ରସ୍ତୁତି ଦିଗରେ ବେଶ ଯତ୍ନବାନ ଅଛନ୍ତି । ଦିଲ୍ଲୀ ପ୍ରଗତି ମଇଦାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।