ରାଜସ୍ଥାନରୁ ଆସିଲା ଛାତିଥରା ଘଟଣା । ମହିଳାଙ୍କୁ ନିବସ୍ତ୍ର କରି ଗାଁସାରା ଦୌଡାଇଲେ ସ୍ୱାମୀ, ଭିଡିଓ ଭାଇରାଲ ପରେ ୧୦ଜଣଙ୍କୁ ଗିରଫ କଲା ପୁଲିସ

213

କନକ ବ୍ୟୁରୋ : ରାଜସ୍ଥାନରେ ଲଜ୍ଜ୍ୟା । ପ୍ରତାପଗଡ଼ ଜିଲ୍ଲାରେ ଜଣେ ମହିଳାଙ୍କୁ ନିବସ୍ତ୍ର କରି ଗାଁ ସାରା ବୁଲାଇବା ଘଟଣା ସାମ୍ନାକୁ ଆସିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଘଟଣା ପଛରେ ଆଉ କେହି ନୁହେଁ ବଂର ମହିଳାଙ୍କ ସ୍ୱାମୀ ଅଛନ୍ତି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ମାମଲାର ତଦନ୍ତ ଆରମ୍ଭ କରି ୧୦ଜଣଙ୍କୁ ଗିରଫ କରିଛି । ସେପଟେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସଭ୍ୟ ସମାଜରରେ ଏଭଳି ଅପରାଧାର କୌଣସି ସ୍ଥାନ ନାହିଁ ଓ ଦୋଷୀଙ୍କ କଡ଼ା ଦଣ୍ଡ ଦିଆଯିବ ବୋଲ ମୁଖ୍ୟମନ୍ତ୍ରୀ ପୀଡିତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଜାତୀୟ ମହିଳା କମିଶନ ଘଟଣାକୁ ନିନ୍ଦା କରିବା ସହ କମିଠି ଗଠନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମହିଳା ବର୍ତମାନ ଗର୍ଭବତୀ ହେବା ସହ ମାନସିକ ସ୍ତରରେ ପୀଡିତ ଥିବା ଡାକ୍ତର କହିଛନ୍ତି । ଘଟଣାକୁ ନେଇ ଗେହଲଟ ସରକାରଙ୍କ ଘେରିଛି ପ୍ରଦେଶ ବିଜେପି । ଟୁଇଟ କରି ରାଜସ୍ଥାନ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଜେପି ।ସେପଟେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଟୁଇଟ କରି ଦୋଷୀଙ୍କ କଡ଼ା ଦଣ୍ଡ ଦେବା ସପକ୍ଷରେ ଯୁକ୍ତି ବାଢେଇଛନ୍ତି ।