ଭାରତ ସହ ବ୍ୟବସାୟ ଆରମ୍ଭ କରିବା ପାଇଁ ପାକିସ୍ତାନର ଇଚ୍ଛା ପ୍ରକାଶ । ଅର୍ଥନୈତିକ ସଙ୍କଟ ପରେ ସମ୍ପର୍କ ବଢାଇବା ପାଇଁ ଉଦ୍ୟମ ।

154

କନକ ବ୍ୟୁରୋ: ଆର୍ଥିକ ସଙ୍କଟ ଭିତରେ ଟଳମଳ ହେଉଛି ପାକିସ୍ତାନ । ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ସାଙ୍ଗକୁ ଖାଦ୍ୟାଭାବ ଓ ଅତ୍ୟାବଶୀକୟ ଜିନିଷର ଘୋର ଅଭାବ ଜାରିରହିଛି । କହିବାକୁ ଗଲେ ଦେବାଳିଆ ଅବସ୍ଥାରେ ଥିବା ପାକିସ୍ତାନ ଭିନ୍ନ ଭିନ୍ନ ରାଷ୍ଟ୍ରମାନଙ୍କ ଠାରୁ ସାହାର୍ଯ୍ୟ  ଆଶାରେ ରହିଛି । ସେପଟେ ଚୀନର ଚାଲ ଭିତରେ ଫସି ପାକିସ୍ତାନ ମୁଣ୍ଡରେ ଏବେ ବଡ ରୁଣ ସଙ୍କଟ ବି ରହିଛି । ଏହା ଭିତରେ ପାକ  ଭାରତ ସହ ବାଣିଜ୍ୟ ବ୍ୟବସାୟ ସର୍ମ୍ପକ ଯୋଡିବା ପାଇଁ ଇଚ୍ଛା ପ୍ରକାଶ କରିଛି । ଏକ ଗଣମାଧ୍ୟମ ସାକ୍ଷାତକାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ନିଜ ଇଚ୍ଛା ପ୍ରକାଶ କରି କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସର୍ମ୍ପକ ପ୍ରତିଷ୍ଠା ହେଲେ ଉଭୟ ଦେଶ ଫାଇଦା ପାଇବେ । ଭାରତ ସହ ବ୍ୟବସାୟ ସର୍ମ୍ପକ ଯୋଡିଲେ ସବୁଠୁ ଅଧିକ ଲାଭବାନ ହେବ ପାକିସ୍ତାନ ।

କୌଣସି ପରିସ୍ଥିତିରେ ବି ଭାରତ ସହ ବାଣିଜ୍ୟିକ ସର୍ମ୍ପକ ଯୋଡିବାକୁ ଚାହୁଁଛି ପାକିସ୍ତାନ । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଭାରତ ସହ ବ୍ୟବସାୟ କରିବା ପାଇଁ ପାକିସ୍ତାନ ପୁଣିଥରେ ବାଣିଜ୍ୟ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛି । ଜମ୍କୁକଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଯେଉଁ ପଦବୀକୁ  ପାକିସ୍ତାନ ହଠାଇଦେଇଥିଲା ତାକୁ ପୁଣି ନିଯୁକ୍ତି ଦେଇଛି ।  ଅନ୍ୟପଟେ ପାକିସ୍ତାନ ସହ କୌଣସି ପ୍ରକାର ସର୍ମ୍ପକ ଯୋଡିବା ପାଇଁ ବଡ ସର୍ତ୍ତ ରଖି ଆସୁଛି ଭାରତ । ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସବୁବେଳେ କହି ଆସୁଛି ।  ବାଣିଜ୍ୟ ଆଉ ଆତଙ୍କବାଦ କେବେବି ଏକାଠି ଚାଲି ପାରିବନି ବେଲି କହିଛି ଭାରତ । ୨୦୧୯ ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିପକ୍ଷରେ ଭାରତ ବଡ ନିଷ୍ପତି ନେଇ ମୋଷ୍ଟ ଫେଭର୍ଡ ନେଶନ ବା ଏମଏଫଏନ ତାଲିକାରୁ ବାଦ ଦେଇଥିଲା । ଯାହାର ବଡ ପ୍ରଭାବ ପାକିସ୍ତାନ ଉପରେ ପଡିଥିଲା ।