କେକେଙ୍କ ଅସ୍ୱାଭାବିକ ମୃତ୍ୟୁରେ ଦେଶ ସ୍ତବ୍ଧ। ଶେଷଦର୍ଶନ ପାଇଁ କୋଲକାତାରେ ପ୍ରବଳ ଭିଡ। ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମମତା ଦିଦି।

106

କନକ ବ୍ୟୁରୋ: ଆରପାରିରେ ଲୋକପ୍ରିୟ ତଥା ଜଣାଶୁଣା କଣ୍ଠଶିଳ୍ପୀ କେକେ । ମଙ୍ଗଳବାର ରାତିରେ କୋଲାକାତାରେ ତାଙ୍କର ଅକାଳ ବିୟୋଗ ଘଟିଛି । ବୁଧବାର କେକେଙ୍କୁ କୋଲକାତାର ରବିନ୍ଦ୍ର ସଦନରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । କେକେଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଦେବାକୁ ସେଠରେ ପହଁଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶେଷ ଦର୍ଶନ କରିବା ସହ କେକେଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତିସେ । ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଠ ବ୍ୟକ୍ତି ରବିଦ୍ର ସଦନରେ ପହଁଞ୍ଚି କେକେଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଅବେଳରେ କେକେଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କଠୁ ଆରମ୍ଭ କରି କଳାଜଗତ ସ୍ତବ୍ଧ ହୋଇପଡିଛି । କେକେଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା କୁହାଯାଉଥିବା ବେଳେ କୋଲକାତା ପୋଲିସ ଅପମୃତ୍ୟୁ ମାମଲା ରୁଜୁକରିଛି । ତାଙ୍କ ଓଠ ଓ ମୁହଁରେ ଆଘାତ ଥିବା ଅଭିଯୋଗରେ ଏହି ମାମଲାରୁଜୁ କରାଯାଇଛି । କେକେଙ୍କ ଅକାଳ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହ ମନ୍ତ୍ରୀ ଅମିତ ଶାହା । ଏଥିସହ କଳା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି କେକେଙ୍କ ମୃତ୍ୟୁରେ ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

କେଉଁ ପରିସ୍ଥିତିରେ କେକେଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । କୋଲାକାତା ଗୁରୁଦାଶ କଲେଜ ଲାଇଭ କନସର୍ଟ ସମୟର ପରଫମ କରୁ କରୁ ହଠାତ କେକେ ଅସ୍ୱାଭାବିକ ମନେ କରୁଥିବା ଏହି ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ମୃତ୍ୟର କିଛି ସମୟର ପୂର୍ବର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ପରଫମ ସମୟର କିଛି ଭାଇରାଲ ଫଟୋ ଓ ଭିଡିଓ ଅନେକ ପ୍ରଶ୍ନ ସୃଷ୍ଟି କରୁଥିବାବେଳେ ଘଟଣାକୁ ନେଇ ଆୟୋଜକଙ୍କୁ ଜେରା କରୁଛି କୋଲାକାତା ପୁଲିସ । କୁହାଯାଉଛି କି ଆୟୋଜନ ସ୍ଥଳରେ ଏସି ଠିକରେ କାମ କରୁନଥିବାରୁ ସେଠାରେ ଅସହ୍ୟ ଗରମ ଅନୁଭୁତ ହେଉଥିଲା । ଏଥିସହ କ୍ଷମତାରୁ ଅଧିକ ଦର୍ଶକ ଏଠାରେ ଭିଡଜମାଇଥିଲେ । ସେପଟେ କେକେଙ୍କ ମୃତ୍ୟୁ ଅସ୍ୱାଭିକ ହୋଇଥିବା ପୋଷ୍ଟମର୍ଟମ ରିପୋଟରେ କୁହାଯାଇଛି । ଅନ୍ୟପଟେ ଆସନ୍ତାକାଲି ମୁମ୍ବାଇରେ କେକେଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି ।