ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ ! ଜମ୍ମୁ ଓ କଶ୍କୀରର ନୌସେରା ସେକ୍ଟର ସୀମାରେ ପାକର ଗୁଳିବର୍ଷଣ ଓ ମୋର୍ଟାର ମାଡ

24

କନକ ବ୍ୟୁରୋ: ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଜମ୍ମୁ ଓ କଶ୍କୀରର ନୌସେରା ସେକ୍ଟରରେ ସୀମା ସେପଟୁ ଗୁଳିବର୍ଷଣ ଓ ମୋର୍ଟାର ମାଡ କରୁଛି ପାକିସ୍ତାନ । ନୌସେରାର କଲସିୟା ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରୁ ମୋର୍ଟାର ମାଡ କରୁଛି ପାକ୍ । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଭାରତୀୟ ସେନା ଅନୁସାରେ ଏହି ଅଂଚଳରେ ଥିବା ୩ଟି ଗାଁର ଗ୍ରାମବାସୀଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ ।

ଭବାନୀ, ବାବା ଖୋବାରୀ ଓ କଲସିୟା ଗାଁର ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । ଆତଙ୍କବାଦୀଙ୍କ ଅବାଧ ପ୍ରବେଶରେ ସହାୟତା ଦେବା ପାଇଁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିତରି ଉଲ୍ଳଙ୍ଘନ କରୁଛି । ଶୁକ୍ରବାର ଦିନ ମଧ୍ୟ ଜମ୍ମୁର ଅରନିୟା ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ । ସୀମାପାର ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିଲେ । ବିଏସଏଫ ଏହାର କଡା ଜବାବ ଦେଇଥିଲା ।