ଟ୍ୟୁସନ ଫି’ ସୁଲଭ କର, ଶିକ୍ଷା ବ୍ୟବସାୟ କେବଳ ଲାଭ ପାଇଁ ନୁହେଁ : ସୁପ୍ରିମକୋର୍ଟ

90

କନକ ବ୍ୟୁରୋ : ଟ୍ୟୁସନ ଫି’ ସୁଲଭ କର । ଶିକ୍ଷା ବ୍ୟବସାୟ କେବଳ ଲାଭ ପାଇଁ ନୁହେଁ । ସୁପ୍ରିମକୋର୍ଟ ଗତକାଲି ଏଭଳି ଏକ ରାୟ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଘରୋଇ ମେଡିକାଲ କଲେଜର ଫି ବୃଦ୍ଧିକୁ ହାଇକୋର୍ଟ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି । ଏଥି ସହ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଘରୋଇ ଅଣ ଅନୁଦାନପ୍ରାପ୍ତ ମେଡିକାଲ କଲେଜରେ ବାର୍ଷିକ ଟ୍ୟୁସନ ବା ସ୍କୁଲ୍ ଫି ୨୪ ଲକ୍ଷକୁ ବୃଦ୍ଧି କରିବାପାଇଁ ନିଷ୍ପତ୍ତି ନେଇଥିଲେ ।

ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ । ସୁପ୍ରିମକୋର୍ଟର ବିଚାରପତି ଏମ୍. ଆର. ଶାହ ଏବଂ ଏମ୍ଏମ୍ ସୁନ୍ଦରେଶଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୧ରେ ସ୍ଥିର କରିଥିବା ଟ୍ୟୁସନ୍ ଫି’କୁ ୭ ଗୁଣା ବୃଦ୍ଧି କରି ୨୪ ଲକ୍ଷ କରିବାପାଇଁ ନେଇଛନ୍ତି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହା ସମ୍ପୂର୍ଣ୍ଣ ଭୁଲ୍ । ଏହାପରେ କୋର୍ଟ ରାଜ୍ୟ ସରକାର ଏବଂ ଆବେଦନକାରୀ ମେଡିକାଲ କଲେଜ୍ ଉପରେ ଅଢ଼େଇ ଲକ୍ଷ ଟଙ୍କା ଜରିମାନା କରିଛନ୍ତି । ଯେଉଁ କଲେଜମାନେ ବିଦ୍ୟାର୍ଥୀଙ୍କଠୁ ଅତିରିକ୍ତ ଫି ନେଇଛନ୍ତି ସେମାନେ ସେହି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।