ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦଯାତ୍ରା: ପାଦରେ ଚାଲି ଚାଲି ଛତିଶଗଡରୁ ପୁରୀ ଅଭିମୁଖେ ବାହାରିଛନ୍ତି ଯୁବକ

116

କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ପଦଯାତ୍ରା । ଛତିଶଗଡ ଗରିଆବନ୍ଧ ଜିଲ୍ଲାରୁ ଓଡିଶାରୁ ପୁରୀକୁ ପଦଯତ୍ରା । ପାଦରେ ଚାଲି ଚାଲି ପୁରୀ ଅଭିମୁଖେ ବାହାରିଥିବା ବ୍ୟକ୍ତି ଶ୍ରୀକ୍ଷେତ୍ରରେ ପହଂଚି ମହାପ୍ରଭୁଙ୍କୁ ଜଣାଇବେ ମହାନଦୀ ବିବାଦ । ଆଉ ତାଙ୍କର ବିଶ୍ୱାସ ରହିଛି, ଜଗନ୍ନାଥ ହିଁ ଏହି ଜଳ ବିବାଦର ଅନ୍ତ ଘଟାଇବେ । କାରଣ ସେ ସମସ୍ତ ସମସ୍ୟା ସମାଧାନର ସୂତ୍ର ଧର ବୋଲି ପଦଯାତ୍ରା କରୁଥିବା ବ୍ୟକ୍ତି କିଶନ କୁମାର ସେନିଙ୍କ ବିଶ୍ୱାସ ରହିଛି । ଜୁଲାଇ ୧ ତାରିଖ ଘୋଷଯାତ୍ରା ଦିନର ଠାରୁ କିଶନଙ୍କ ପଦଯାତ୍ରା ଆରମ୍ଭ ହୋଇଛି । ଛତିଶଗଡ ଗରିଆବନ୍ଧରୁ ପୁରୀର ଦୂରତା ପ୍ରାୟ ୬ଶହ କିଲୋମିଟର । ବର୍ତମାନ ସୁଦ୍ଧା ସେ ପ୍ରାୟ ୩୫୦ କିଲୋମିଟର ଅତିକ୍ରମ କରି ବୌଦ୍ଧରେ ପହଂଚିଛନ୍ତି । ଆସନ୍ତା ୧୧ ତାରିଖ ସୁଦ୍ଧା ପୁରୀରେ ପହଂଚି ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ଲାଗିଥିବା ବିବାଦ ସମାଧାନ କରିବା ପାଇଁ ମହାପ୍ରଭୁଙ୍କ ଆଗରେ ଗୁହାରି କରିବେ ବୋଲି କହିଛନ୍ତି ।