ଜିଏସଟି ରେଡ୍ ପ୍ରତିବାଦରେ ଉମରକୋଟ ବନ୍ଦ: ବଣିକ ସଂଘ ପକ୍ଷରୁ ୧୨ ଘଂଟିଆ ବନ୍ଦ ପାଳନ

89

କନକ ବ୍ୟୁରୋ: ଜିଏସଟି ରେଡ୍ ପ୍ରତିବାଦରେ ଉମରକୋଟ ବନ୍ଦ । ବଣିକ ସଂଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ବାଣିଜ୍ୟକର ଓ ଜିଏସଟି ବିଭାଗର ଘନ ଘନ ଚଢାଉ ଏବଂ ମନଇଛା ଫାଇନକୁ ବିରୋଧ କରି ଆଜି ବନ୍ଦ ପାଳନ କରିଛନ୍ତି ବ୍ୟବସାୟୀ ସଂଘ । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏଁ ଉମରକୋଟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ସବ ବନ୍ଦ ରହିଛି । ଏହି ୧୨ ଘଂଟିଆ ବନ୍ଦରେ ସ୍ୱାସ୍ଥ୍ୟ ଓ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଗତ କିଛି ଦିନ ଧରି ବାଣିଜ୍ୟକର ଓ ଜିଏସଟି ବିଭାଗର ଅଧିକାରୀମାନେ ବାରମ୍ବାର ଉମରକୋଟର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଅତର୍କିତ ଚଢାଉ କରି ମନଇଛା ଫାଇନ ଆଦାୟ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟର ଅନ୍ୟ ସହରରେ ଏପରି ଚଢାଉ ହେଉନଥିବା ବେଳେ ଉମରକୋଟରେ କାହିଁକି ଏଭଳି ଚଢାଉ ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀମାନେ । ଏପରି ଚଢାଉ ଦ୍ୱାରା ବ୍ୟବସାୟିିକ ପ୍ରତିଷ୍ଠାନର ସୁନାମ ନଷ୍ଟ ହେଉଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି ।