ଦେଶରେ ୧୫ରୁ ୧୮ବର୍ଷ ମଧ୍ୟରେ ୫୦% ପିଲା ନେଲେଣି ଟିକା । ଟ୍ୱିଟ୍ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

51

କନକ ବ୍ୟୁରୋ : ସାରାଦେଶରେ ପିଲାଙ୍କ ଟିକାକରଣକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି । ୧୫ରୁ ୧୮ ବର୍ଷ ମଧ୍ୟରେ ୫୦ ପ୍ରତିଶତ ପିଲା ଟିକାର ଗୋଟିଏ ଡୋଜ୍ ନେଇସାରିଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନଶୁଖ ମାଣ୍ଡଭ୍ୟ । ଏହାକୁ ରି-ଟ୍ୱିଟ୍ କରି ଏବି ବିରଳ ଉପଲବ୍ଧି ପାଇଁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓମିକ୍ରନ୍ ଯୋଗୁଁ ଦେଶରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୩ ତାରିଖରୁ ଆରମ୍ଭ ହୋଇଥିଲା ପିଲାଙ୍କ ଟିକାକରଣ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଏ ପର୍ଯ୍ୟନ୍ତ ଦେଶରେ ୩ କୋଟି ୧୭ ଲକ୍ଷ ପିଲା କରୋନା ଟିକାର ଗୋଟିଏ ଡୋଜ୍ ନେଇସାରିଲେଣି । ଯାହା ଏହି ବୟସ ବର୍ଗରେ ଧାର୍ଯ୍ୟ ଲକ୍ଷ୍ୟର ଅଧା । ଅର୍ଥାତ ଦେଶରେ ପ୍ରାୟ ୭ କୋଟି ପିଲାଙ୍କୁ କରୋନା ଟିକା ଦିଆଯିବ । ପୁଣି ଏମାନଙ୍କୁ ନିର୍ଦ୍ଧାରିତ ସମୟରେ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ଦିଆଯିବା ବାକି ରହିଛି । ତେବେ ଦେଶର କିଶୋର ମାନଙ୍କ ଭିତରେ ଟିକା ନେବାପାଇଁ ରହିଥିବା ଆଗ୍ରହକୁ ଦେଖି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ।