ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ୍ : ସିସିଟିଭିରେ କଏଦ ହେଲା ଦୃଶ୍ୟ

71

କନକ ବ୍ୟୁରୋ : ଖୋର୍ଦ୍ଧା ଜଙ୍କିଆ ନିକଟ ଛଣଗିରି ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି । ୩ ଦୁର୍ବୃତ ପଲସର ବାଇକରେ ଆସି ବିଳମ୍ବିତ ରାତିରେ ଲୁଟ କରିଛନ୍ତି । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଦୁର୍ବୃତମାନେ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ କରିଥବା ସୂଚନା ରହିଛି । ପୁଲିସ ସିସିଟିଭି ଆଧାରରେ ତଦନ୍ତ କରୁଛି ।

ସେପଟେ, ୟୁନିଟ୍-୮ସ୍ଥିତ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ ଏଟିଏମ୍ କାଟି ଲୁଟିବାକୁ ଉଦ୍ୟମ କରୁଥିବା ଦୁଇ ଅଭିଯୁକ୍ତ ତଥା ବାପା-ପୁଅ ଯୋଡ଼ିଙ୍କୁ ନୂଆପଲ୍ଲୀ ଥାନା ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଦୁଇ ଅଭିଯୁକ୍ତ ହେଉଛନ୍ତି କନ୍ଧମାଳର ପ୍ରମୋଦ ଦିଗାଲ ଓ ତା’ର ନାବାଳକ ପୁଅ । ପୁଅ ରାଜଧାନୀସ୍ଥିତ ଏକ କଲେଜରେ ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି । ବ୍ୟାଙ୍କ୍‌ର ଶାଖା ପ୍ରବନ୍ଧକ ଦୀପକ ସାହୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି । ବାପ-ପୁଅ ଯୋଡ଼ିଙ୍କୁ ଥାନାରେ ଘନଘନ ଜେରା କରାଯାଉଛି । ପୂର୍ବରୁ ଏମାନେ ଆଉ କେଉଁ କେଉଁ ଏଟିଏମ୍ ଲୁଟିଛନ୍ତି, ସେମାନଙ୍କ ଗ୍ୟାଙ୍ଗ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି ଇତ୍ୟାଦି ସୂଚନା ପାଇବାକୁ ପୁଲିସ ବ୍ୟାପକ ପଚରାଉଚରା ଚଳାଇଛି । କାରଣ ଘଟଣାସ୍ଥଳରୁ ବାଇକ୍‌ ନେଇ ଅନ୍ୟ ଜଣେ ଫେରାର୍ ହୋଇଯାଇଥିବା କୁହାଯାଉଛି ।