ବିରୋଧୀଙ୍କ ବୈଠକରେ ଯୋଗଦେବାକୁ ସହମତି ପ୍ରକାଶ କଲେ ଉମର ଅବ୍ଦୁଲା , ବିରୋଧୀଙ୍କୁ ଦେଲେ ଗମ୍ଭୀର ପରାମର୍ଶ

223

କନକ ବ୍ୟୁରୋ : ବିହାରର ପାଟନା ଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃ୍ତ୍ୱରେ ବିରୋଧୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବ୍ଦୁଲା ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି । ସେ କେବଳ ସହମତି ପ୍ରକାଶ କରିନାହିାଁନ୍ତି ବରଂ କହିଛନ୍ତି କି, ଆମେ ଛୋଟ ପାର୍ଟି, ହେଲେ ପ୍ରଥମେ ବଡ ବଡ ବିରୋଧୀ ରାଜନୈତିକ ଦଳମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇବା ଦରକାର ।

ଉମର ଅବ୍ଦୁଲା କହିଛନ୍ତି କି ନ୍ୟାସନାଲ କନଫରେନ୍ସ ପାର୍ଟି ଜୁନ ୨୩ ତାରିଖରେ ପାଟନା ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବିରୋଧୀମାନଙ୍କ ବୈଠକରେ ଯୋଗ ଦେବ । ହେଲେ ବୈଠକରେ ଦଳ କିଛି ମତ ଦେବନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ସେପଟେ ଜମ୍ମୁ-କାଶ୍ମୀରରେ ଜାରି ରହିଥିବା ରାଷ୍ଟ୍ରପତି ଶାସନକୁ ନେଇ ଉମର ଅବ୍ଦୁଲା କହିଛନ୍ତି କି, କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ସୁରକ୍ଷା ପ୍ରସଙ୍ଗ ଦେଖାଇ ନିର୍ବାଚନ କରୁନାହାଁନ୍ତି । ହେଲେ କେନ୍ଦ୍ର ସରକାର କିଭଳି ଭାବେ ଲୋକସଭା ଓ ପଞ୍ଚାୟତ ନିର୍ବାଚନ କରୁଛନ୍ତି ତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି ।