ବିଶ୍ୱାସରେ ବିଷ ଦେଇ ଲୁଟି ନେଲେ ଟଙ୍କା: ଡ୍ର’ ଖୋଲି ୯ହଜାରରୁ ଅଧିକ ଟଙ୍କା ଲୁଟ୍

242

କନକ ବ୍ୟୁରୋ: ବିଶ୍ୱାସରେ ବିଷ । ଡ୍ର ଖୋଲି ଟଂକା ନେଇଗଲା ଯୁବକ । ଭୁବନେଶ୍ୱର ପାହାଳ ମାର୍କେଟରେ ଅଜିତ କୁମାର ସାହୁଙ୍କ ଦୋକାନ । ଅଜିତଙ୍କ ଦୋକାନକୁ ନୀଳ ଟି-ଶାର୍ଟ ପିନ୍ଧିଥିବା ଯୁବକ ଗତ ୧ମାସ ହେବ, ପ୍ରତିଦିନ ସଂଧ୍ୟା ୭ଟାରୁ ୮ଟା ଦୋକନକୁ ଆସିଥାନ୍ତି । ଧୀରେ ଧୀରେ ଅଜିତଙ୍କ ସହିତ ଯୁବକଙ୍କ ସଂପର୍କ ବଢ଼ିଥିଲା । କିନ୍ତୁ ଏହି ବିଶ୍ୱାସର ଫାଇଦା ଉଠାଇ ଏବେ ଲୁଟ୍ କରିଛି ଯୁବକ । ଯାହାର ଭିଜୁଆଲ ଏବେ ସିସିଟିଭିରେ କଏଦ ହୋଇଛି । ଭୁବନେଶ୍ୱର ପାହାଳରେ ରହିଛି ଅଜିତଙ୍କ ଏହି ଭେରାଇଟ୍ ଷ୍ଟୋର । ଷ୍ଟୋରରୁ ଟଙ୍କା ଚୋରି ନେଇ ଥାନାରେ କୌଣସି ମାମଲା ହୋଇନଥିବା ସୂଚନା ମିଳିଛି ।