ଓଏଏସ ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ?

759

କନକ ବ୍ୟୁରୋ: ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ବ୍ରହ୍ମପୁର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ସୂର୍ଯ୍ୟ ମାଧବ ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟ ବିଭାଗର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ସେହିପରି ଓଏସଆରଟିସିର ଜିଏମ ବ୍ରଜ ଗୋପାଳ ଆଚାର୍ଯ୍ୟ ମତ୍ସ ଓ ପଶୁ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି ।

ଏହାସହ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ବିଶିକେଶନ ଦେହୁରିଙ୍କୁ ଓଏସଆରଟିସି ଜିଏମ ଭାବେ ବଦଳି କରାଯାଇଛି । ଖୋର୍ଦ୍ଧା ଉପ ଜିଲ୍ଲାପାଳ ରଶ୍ମିତା ରାଣୀ ତରସିଆଙ୍କୁ ରାଜ୍ୟ ହାଉସିଙ୍ଗ ବୋର୍ଡ ସଚିବ ଭାବେ ବଦଳି କରାଯାଇଛି । ବଣାଇ ଆଇଟିଡିଏର ପିଏ ଲଲାଟ କୁମାର ଲୁହାଙ୍କୁ ବରଗଡ ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି ।