ନବୀନଙ୍କୁ ଲାଇଭ୍ ଟାଇମ ଆଚିଭମେଣ୍ଟଆୱାର୍ଡ ମିଳିବାକୁ ନେଇ ତେଜିଲା ରାଜନୀତି, ରାଜ୍ୟ ସରକାରଙ୍କୁ ୨୨ ପ୍ରଶ୍ନ କଲା ବିଜେପି।

186

କନକ ବ୍ୟୁରୋ: ରବିବାର ଦିଲ୍ଲୀରେ ଲାଇଭ ଟାଇମ ଆଚିଭେମେଣ୍ଟଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡି ପକ୍ଷରୁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଆଉ ନବୀନଙ୍କୁ ସ୍ୱାଗତ କରିବାକୁ ଦିଲୀରେ ପହଞ୍ଚିଲେଣି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଦଳର ଛାମୁଆ ସଙ୍ଗଠନ । ଖାଲି ସେତିକି ନୁହେଁ ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ଯାଏଁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ବଡ ଆୟୋଜନ କରୁଛି ବିଜେଡି ।
ସେପଟେ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରେସମିଟ କରି ବିଜେଡିକୁ ୨୨ ପ୍ରଶ୍ନ ପଚାରିଛନ୍ତି । ଏହି ପ୍ରଶ୍ନଗୁଡିକ ମଧ୍ୟରେ ପ୍ରମୁଖ ରହିଛି
-ଓଡିଶା ଦାରିଦ୍ର୍ୟ ସୀମାରେଖା ତଳେ କାହିଁକି?
-ଅପପୃଷ୍ଟି ଓ ଶିଶୁମୃତ୍ୟୁରେ ଓଡିଶା କାହିଁକି ଆଗରେ?
-ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି ?
-ଆଇନ ଶୃଙ୍ଖଳାର ଅବ୍ୟବସ୍ଥା ଓ ନିଶା ଜନିତ ଅପରାଧ ବୃଦ୍ଧି ହେଉଛି କାହିଁକି ?
-ଓଡିଶାରେ ବେରୋଜଗାରୀ ସମସ୍ୟା ଥମିବ କେବେ ?

ନବୀନଙ୍କ ପୁରସ୍କାର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପ୍ରୟାସ ଆରମ୍ଭ କରିଛି । ଆଉ ଏହାକୁ କାଉଣ୍ଟର କରିବାକୁ ବିଜେପି ୨୨ ବର୍ଷର ୨୨ ପ୍ରଶ୍ନ ଉଠାଇଛି ।