ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ କଟକ ଗସ୍ତ : ମା’ ଚଣ୍ଡୀଙ୍କ ଦର୍ଶନ ସହ କଲେ ଶକ୍ତି ପ୍ରଦର୍ଶନ

125

କନକ ବ୍ୟୁରୋ : ମା’ଙ୍କ ଦର୍ଶନ ନାଁରେ ବିଜେପିର ଶକ୍ତି ପ୍ରଦର୍ଶନ । ବିଶାଳ ବାଇକ୍ ରାଲିରେ ଯାଇ ମା’ କଟକ ଚଣ୍ଡିଙ୍କ ଦର୍ଶନ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କଟକରେ ପହଞ୍ଚିବା ପରେ ପ୍ରେସଛକରୁ ଦଳୀୟ କର୍ମଚାରୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ପ୍ରେସଛକରୁ ବାଇକ୍ ରାଲିରେ ଯାଇ ଚଣ୍ଡି ମନ୍ଦିରରେ ପହଞ୍ଚି, ମାଆ କଟକ ଚଣ୍ଡିଙ୍କ ପୂଜାର୍ଚ୍ଚନା କରିଛନ୍ତି ମନମୋହନ ସାମଲ ।

ଏହାପରେ ରାଷ୍ଟ୍ରଦ୍ୱୀପ କାର୍ଯ୍ୟାଳୟରେ ପହଞ୍ଚି କିଛି ସମୟ କାଟିଛନ୍ତି ମନମୋହନ ସାମଲ । ଏହାପରେ ସେମାଜ ଓ ପ୍ରଜାତନ୍ତ୍ର କାର୍ଯ୍ୟାଳୟକୁ ଯିବା ନେଇ ମଧ୍ୟ ତାଙ୍କର କାର୍ଯ୍ୟାଳୟ ରହିଛି । ନିଜର ଏହି କଟକ ଯାତ୍ରା ସମୟରେ ମନମୋହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, କଟକ ଲୋକସଭା ଆସନ ଏଥର ବିଜେପି ଦଖଲ କରିବ । ଶାସକ ଦଳର ଦୁର୍ନିତୀ ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ବିଜେପି ।