ଗଞ୍ଜେଇ ଚାଷ ଚାଲିଥିବା ବେଳେ ଚଢାଉ : କଣାସରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ 

82

କନକ ବ୍ୟୁରୋ : ପୁରୀ କଣାସରେ ଗଞ୍ଜେଇ ଚାଷ ଚାଲିଥିବା ବେଳେ ଅବାକରୀ ବିଭାଗ କରିଛି ଚଢାଉ । ପୁରୀ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରାଯାଇଛି । ଗଞ୍ଜେଇ ଗଛ ସବୁ ନଷ୍ଟ କରାଯାଉଛି । କିଛି ବର୍ଷ ହେଲା କଣାସର ନାନକେରା ଗାଁରେ ଖୁଲମଖୁଲା ଗଞ୍ଜେଇ ଚାଷ କରାଯାଉଥିଲା ।

ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏହି ଗାଁରେ ବେଧଡକ ଭାବେ ଏକର ଏକର ଜମିରେ ଚାଲିଥିଲା ଗଞ୍ଜେଇ ଚାଷ । ଯେଉଁ ଚାଷ ଜମି ଗୁଡିକରେ ପନିପରିବା ଫସଲ ଚାଷ ହେବା କଥା ସେହି ଜମି ଗୁଡିକ ସବୁଜ ଗଞ୍ଜେଇ ଗଛରେ ଭର୍ତ୍ତି ହୋଇଛି । ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଆସୁଥିବା ବେଳେ କିଛି ଅଧିକାରୀଙ୍କୁ ହାତ ଗୁଞ୍ଜା ଦିଆଯାଇ ଏହି ଚାଷ କରାଯାଉଥିବା ହୋଇଛି ଅଭିଯୋଗ ।