ବିହାରରେ ବଢୁଛି ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା । ପ୍ରଥମେ ବିରୋଧୀ, ଏବେ ମଦୁଆଙ୍କୁ ନୀତିଶଙ୍କ ଟାର୍ଗେଟ

69

କନକ ବ୍ୟୁରୋ : ଯିଏ ମଦ ପିଇବେ ସିଏ ମୃତ୍ୟୁ ବରଣ କରିବେ । ପୂର୍ବରୁ ହୋଇଥିଲା ଏବେ ହେଉଛି । ଏଥିରେ କୌଣସି ନୂଆ କଥା ନାହିଁ । ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି କହିଛନ୍ତି । ମଦ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ଏପରି ସ୍ଥିତିରେ ବିଧାନସଭାରେ ଏ ପ୍ରସଙ୍ଗରେ ପ୍ରଥମେ ବିରୋଧୀଙ୍କୁ ଟାର୍ଗେଟ କରିବା ପରେ ଏବେ ମଦୁଆଙ୍କୁ ନୀତିଶ ଟାର୍ଗେଟ କରିବା ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଦେଇଛି । କିନ୍ତୁ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ସୁଶାସନ ବାବୁଙ୍କ ସରକାରରେ କିପରି ବିଷାକ୍ତ ମଦ ବିକ୍ରି ହେଲା ତାର କାରଣ ସ୍ପଷ୍ଟ କରିନାହାନ୍ତି ବିହାର ସରକାର ।

ବିଶାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଏବେ ଅସହାୟ ହୋଇପଡିଛନ୍ତି ।  ପରିବାର ହତବାକ, ଗାଁ ଲୋକେ ଭୟଭୀତ । ହସ୍ପିଟାଲ ବାହାରେ ପରିଜନଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତୀ ଆଶା କରି ବାହାରେ ଅପେକ୍ଷା କରିଛନ୍ତି ଲୋକେ । ଅନେକ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏପରି ସ୍ଥିତିରେ ମୃତ୍ୟୁ ସଂଖ୍ୟା ବଢିପାରେ । ଯେଉଁ ରାଜ୍ୟରେ ମଦକୁ ବ୍ୟାନ କରାଯାଇଛି ସେଠାରେ ମଦ ପିଇ ଲୋକେ ପ୍ରାଣ ହରାଇବା ଅନେକଙ୍କୁ ହତବାକ କରିଛି । ଏହି ଘଟଣାରେ ଏସଡିଓ ଯୋଗେନ୍ଦ୍ର ଯାଦବ, ଥାନା ଅଧିକାରୀ ଏବଂ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ସରକାର । ଅନ୍ୟପଟେ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି ବିହାରର ବିଜେପି ସାଂସଦ ।

ବିରେଧୀ ମଦ ବ୍ୟାନକୁ ସମର୍ଥନ କରୁଛି ବୋଲି କହିଛି । କିନ୍ତୁ ଯେଉଁଭାବରେ ଲାଗୁ ହୋଇଛି  ଏବଂ ପୁଲିସ ଗିରଫ କରୁଛି ତାକୁ ନେଇ ସମାଲୋଚନା କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ।