ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ : ଦିନକରେ ୫୧୨ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୨୩୭ ଓ କଟକରୁ ୮୯ ପଜିଟିଭ୍

109

କନକ ବ୍ୟୁରୋ : ରାଜ୍ୟରେ ଉପରମୁହାଁ କରୋନା ମିଟର । ଦୈନିକ ସଂକ୍ରମଣ ୫୦୦ ଟପିଛି । ଦିନକରେ ୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ୫୯ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୩୭ ଏବଂ କଟକରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳ ୧, ବାଲେଶ୍ୱର ୩, ବରଗଡ, ୧, ଭଦ୍ରକ ୧, ଦେବଗଡ ୨, ଗଞ୍ଜାମ ୨, ଜଗତସିଂହପୁର ୮, ଯାଜପୁର ୧୦, ଝାରସୁଗୁଡା ୭, କଳାହାଣ୍ଡି ୧, କେନ୍ଦ୍ରାପଡା ୩, କେନ୍ଦୁଝର ୩, ମାଲକାନଗିରି ୩, ମୟୂରଭଞ୍ଜ ୮, ନୟାଗଡ ୧, ପୁରୀ ୨୯, ରାୟଗଡା ୨, ସମ୍ବଲପୁର ୬, ସୋନପୁର ୧୫, ସୁନ୍ଦରଗଡ ୨୯ ଏବଂ ଷ୍ଟେଟ ପୋଲରୁ ୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୭୯୫ରେ ପହଞ୍ଚିଛି ।