ରାଜ୍ୟରେ ୨୦୦ ଟପିଲା କରୋନା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୨୦୪ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୮୬

107

କନକ ବ୍ୟୁରୋ : ରାଜ୍ୟରେ ୨୦୦ ଟପିଲା କରୋନା ଦୈନିକ ସଂକ୍ରମଣ । ୨୪ ଘଣ୍ଟା ଭିତରେ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୫ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୮୬ ଏବଂ କଟକରୁ ୩୮ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱର ୮, ଭଦ୍ରକ ୩, ଦେବଗଡ ୩, ଢେଙ୍କାନାଳ ଜଣେ, ଜଗତସିଂହପୁର ୨, ଯାଜପୁର ଜଣେ, କନ୍ଧମାଳ ଜଣେ, କେନ୍ଦ୍ରାପଡା ୨, କେନ୍ଦୁଝର ଜଣେ, ମୟୂରଭଞ୍ଜ ୫, ନୟାଗଡ ଜଣେ, ନୂଆପଡା ୪, ପୁରୀ ୫, ସମ୍ବଲପୁର ୩, ସୁନ୍ଦରଗଡ ୧୮ ଏବଂ ଷ୍ଟେଟ ପୋଲରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୭୨ ଜଣ ରହିଛନ୍ତି ।