ସାଢେ ୬ କୋଟି ଜନତାଙ୍କୁ ମୋଦୀ ସରକାରଙ୍କ ବଡ ଉପହାର: PF ଉପରେ ସୁଧ ହାର ବଢାଇବାକୁ ଘୋଷଣା

2,648

କନକ ବ୍ୟୁରୋ: ଜନତାଙ୍କୁ ମୋଦୀ ସରକାରଙ୍କ ବଡ ଉପହାର । ବଢିବ ଇପିଏଫ୍ ସୁଧ ହାର । ଏନେଇ ଆଜି ବିଦ୍ଧିବଦ୍ଧ ଭାବେ ଘୋଷଣା କରାଯାଇଛି । ତେବେ ପିଏଫ୍ ଉପରେ ସୁଧ ହାରକୁ ୮.୧୫ ପ୍ରତିଶତ ବୃଦ୍ଧି କରିବାକୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ଦ୍ଧାରଣ କରିଥିଲା କର୍ମଚାରୀ ଭବିଷ୍ୟନିଧି ବୋର୍ଡ ।

ସୂଚନା ମୁତାବକ, ଏହାପୂର୍ବରୁ ପିଏଫ୍ ସୁଧ ହାର ୮.୧୦ ପ୍ରତିଶତ ଥିଲା । କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ ଭବିଷ୍ୟନିଧି ଯୋଗଦାନ ପାଇଁ ସୁଧହାର ୮.୧୫କୁ ବଢାଇବାକୁ ଘୋଷଣା କରିଛନ୍ତି । ଉପଭୋକ୍ତାଙ୍କୁ ନୂଆ ସୁଧହାର ୨୦୨୩ରୁ ମିଳିବ । ସିବିଟିର ସୁପାରିଶ ପରେ ସୁଧହାର ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନୋଟିପାଏ କରାଯାଏ । ତାପରେ ଇପିଏଫଓ ଉପଭୋକ୍ତାଙ୍କ ଖାତାରେ ଏହି ସୁଧହାରକୁ ଜମା କରାଯାଏ ।