ପଞ୍ଜାବ ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ: ବ୍ୟବହାର ହୋଇଥିଲା ଉନ୍ନତ ମାନର ବିସ୍ଫୋରକ ସାମଗ୍ରୀ 

159

କନକ ବ୍ୟୁରୋ: ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ଗୁରୁବାର ବୋମା ବିସ୍ଫୋରଣ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବିସ୍ଫୋରଣ ପାଇଁ ଉନ୍ନତ ମାନର ବିସ୍ଫୋଟକ ସାମଗ୍ରୀ ବ୍ୟବହାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସେହିପରି ବିସ୍ଫୋରଣରେ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବ୍ୟକ୍ତି ହିଁ ଅପରାଧୀ ବୋଲି ଜଣାପଡିଛି । ଗତକାଲି ପଞ୍ଜାବର ଲୁଧିଆନା ଜିଲ୍ଲା କୋର୍ଟରେ ବୋମା ବସ୍ଫୋରଣ ଘଟିବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ ।

ବୋମା ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ଆଖପାଖ ଅଂଚଳର ଲୋକେ ଥରି ଉଠିଥିଲେ । ଏହି ଘଟଣାରେ ଏନଆଇଏ ଏବଂ ଏନଏସଜି ଟିମ୍ ତଦନ୍ତ କରୁଛି । ଘଟଣାରେ ଏକାଧିକ ଲୋକଙ୍କ ସମୃକ୍ତି ଥିବା ସୂଚନା ରହିଛି । ତେଣୁ ନିକଟରେ ଜାମିନରେ ବାହାରିଥିବା ଅପରାଧୀଙ୍କୁ ଯାଂଚ କରାଯାଉଥିବା ସୂଚନା ରହିଛି । ସେହିପରି ସୀମାରେ ଯାଂଚ ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ ଘଟଣା ସ୍ଥଳରେ ପହଂଚି ଉଚ୍ଚ ଅଧିକାରୀଙ୍କ ସହ ସ୍ଥିତିିର ଅନୁଧ୍ୟାନ କରିଛନ୍ତିା ଏଥିସହ ପଞ୍ଜାବ ସରକାର ଘଟଣା ବାବଦରେ ଗୃହ ମନ୍ତ୍ରାଳୟକୁ ଅବଗତ କରାଇଛନ୍ତି ।