ବଡ଼ଦିନ ପାଇଁ ବିଏମସିର କଟକଣା ଜାରି: ଚର୍ଚ୍ଚରେ ୫୦ ଜଣଙ୍କୁ ପ୍ରବେଶ ଅନୁମତି

114

କନକ ବ୍ୟୁରୋ: କୋଭିଡ-୧୯ ନେଇ ବଡ଼ଦିନ ଓ ନୂଆବର୍ଷ ପାଇଁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗାଇଡଲାଇନ୍‌ ଜାରି ‌କରାଯାଇଛି। ବଡ଼ଦିନ ଓ ନୂଆବର୍ଷରେ ନିୟମ କଡ଼ାକଡ଼ି କରିବାକୁ ବିଏମ୍‌ସି ଅଣ୍ଟା ଭିଡିଛି। ବଡ଼ଦିନ ସମୟରେ କୋଭିଡ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛି। ଚର୍ଚ୍ଚ ଭିତରେ ୫୦ରୁ ଅଧିକ ଲୋକଙ୍କର ସମାବେଶ ଉପରେ କଟକଣା ଜାରି କରିଛି। କୋଭିଡ ଟିକାର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତିଙ୍କୁ ଚର୍ଚ୍ଚ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ। ଚର୍ଚ୍ଚ ସାମ୍ନାରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରାଯିବ।

ସେହିପରି ବିଏମ୍‌ସି ପକ୍ଷରୁ ଜିରୋ ନାଇଟ୍‌ ସେଲିବ୍ରେସ୍‌, ହୋଟେଲ ଉପରେ କଟକଣା ଲାଗିବ। ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, କଲ୍ୟାଣ ମଣ୍ଡପରେ ମଧ୍ୟ କଟକଣା ଲାଗିବ। ପିକ୍‌ନିକ୍‌ ଓ ସାମୁହିକ ଭୋଜିଭାତ ଆୟୋଜନ ବନ୍ଦ ରହିବ।
-ସର୍ବାଧିକ ୫୦ ଜଣଙ୍କୁ ନେଇ କେବଳ ଚର୍ଚ୍ଚରେ ପାଳନ ହେବ ଖ୍ରୀଷ୍ଟମାସ୍
-ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ୍ ଉପରେ ସଂପୂର୍ଣ୍ଣ କଟକଣା
-ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ମନା
-ପାର୍କ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ପାଳନ ହେବନି ଉତ୍ସବ
-ନୂଆବର୍ଷରେ ହୋଇପାରିବନି ପିକନିକ୍ କିମ୍ବା ବଣଭୋଜି
-ଅକ୍ରେଷ୍ଟ୍ରା ଓ ନାଚ, ଗୀତ ଉପରେ ବି ରୋକ୍ ଲଗାଇଲେ ସରକାର
-ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ୟ୍ୟକ୍ରମ ଉପରେ ଲାଗିଲା କଟକଣା
-କଟକଣା ଭିତରେ ବିବାହ ଓ ଦଶାହ କାମକୁ ମିଳିବ ଅନୁମତି
-କିନ୍ତୁ ରିସେପସନ୍ ଭୋଜି କିମ୍ବା ଅନ୍ୟାନ୍ୟ ଉତ୍ସବ ହୋଇପାରିବ ନାହିଁ