ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ବଢ଼ୁଛି ସମର୍ଥନ : ଯୋଗୀ ଆଦିତ୍ୟନାଥଙ୍କ ନୈଶ୍ୟ ଭୋଜିରେ ସାମିଲ ହେଲେ ବିରୋଧୀ ଦଳର ନେତା 

134

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ର୍ରେøପଦୀ ମୁର୍ମୁଙ୍କ ସପକ୍ଷରେ ବଢ଼ୁଛି ସମର୍ଥନ । ଏନଡିଏରେ ନଥିବା ବହୁ ଜନସମାଜବାଦୀ ସମର୍ଥନ ଘୋଷଣା କରିବା ପରେ ଏବେ ସମାଜବାଦୀ ପାର୍ଟିର ନେତା ସମର୍ଥନ ଦେବାକୁ ଖୋଲାଖୋଲି ଘୋଷଣା କରିଛନ୍ତି । ସମାଜବାଦୀ ପାର୍ଟି ବିଧାୟକ ତଥା ଅଖିଳେଶ ଯାଦବଙ୍କ କକା ଶିବପାଲ ଯାଦବ, ଦ୍ରୌପଦୀଙ୍କ ସମ୍ମାନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଦିଆଯାଇଥିବା ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି ।

ସମାଜବାଦୀ ପାର୍ଟିର ସହଯୋଗୀ ଦଳ ମୁଖ୍ୟ ଓମପ୍ରକାଶ ରାଜଭର ବି ଏହି ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ଦୁଇ ନେତା ଦ୍ରୌପଦୀଙ୍କୁ ସମର୍ଥନ କରିଛନ୍ତି । କେବଳ ଏତିକି ନୁହେଁ ବିରୋଧୀ ମେଂଟର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ଅଖିଳେଶ ସମର୍ଥନ ଦେବାକୁ ନେଇ ତାଙ୍କର ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତିି । ଅଖିଳେଶଙ୍କ ଅପରିପକ୍ୱ ନୀତି ଓ ପିଲାଳିଆମି ଯୋଗୁଁ ଦଳ ଦୁର୍ବଳ ହୋଇପଡିଲା ବୋଲି କହିଛନ୍ତି ।