ନଦୀରେ ବୁଡ଼ି ୪ ଭାଇ ମୃତ : ଶୁଦ୍ଧିକାର୍ଯ୍ୟରେ ଯୋଗଦେବାକୁ ନିଜ ପରିବାର ସହ ଝାଡ଼ଖଣ୍ଡରୁ ଆସିଥିଲେ ରାଉରକେଲା

222

କନକ ବ୍ୟୁରୋ : ରାଉରକେଲା କୋଏଲ ନଦୀର ଝିରିପାଣି ପମ୍ପ ହାଉସ ଘାଟରେ ଅଘଟଣ । ଗାଧୋଇବା ବେଳେ ବୁଡ଼ିଗଲେ ୪ ଭାଇ । ସମସ୍ତେ ନାବାଳକ ବୋଲି ଜଣାପଡ଼ିଛି । ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏମାନେ ଶୁଦ୍ଧିକାର୍ଯ୍ୟରେ ଯୋଗଦେବାକୁ ନିଜ ପରିବାର ସହ ଝାଡ଼ଖଣ୍ଡରୁ ଆସିଥିଲେ ।

ହେଲେ ପରିବାର ଲୋକଙ୍କୁ ନଜଣାଇ ୪ ଭାଇ ଗାଧୋଇବାକୁ କୋଏଲ ନଦୀର ଝିରପାଣି ପମ୍ପ ହାଉସ ଘାଟକୁ ଯାଇଥିଲେ । ଆଉ ଗାଧୋଇବା ବେଳେ ବୁଡ଼ିଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ଅନ୍ୟ ଦୁଇଜଣଙ୍କୁ ଖୋଜାଖୋଜି କରାଯାଇଥିଲା । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।