ଏନସିଇଆରଟିର ବଡ ପଦକ୍ଷେପ, ଯୁକ୍ତ ୨ ପାଠ୍ୟପୁସ୍ତକରୁ ହଟିଲା ଗାନ୍ଧୀଙ୍କ ହିନ୍ଦୁ-ମୁସଲିମ୍ ଏକତାର ଧାରଣା, ଆରଏସଏସ ବ୍ୟାନ୍ ସମ୍ବନ୍ଧୀୟ ଅଂଶ ବି ହଟାଗଲା

1,647

କନକ ବ୍ୟୁରୋ : ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ତରଫରୁ ନୂଆ ଶିକ୍ଷାବର୍ଷ ପାଇଁ ଯୁକ୍ତ ୨ ରାଜନୀତିବିଜ୍ଞାନ ପାଠ୍ୟ ପୁସ୍ତକରେ ‘ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁରେ ଦେଶରେ ସାମ୍ପ୍ରଦାୟୀକ ସ୍ଥିତି ଉପରେ ପ୍ରଭାବ , ଗାନ୍ଧୀଙ୍କ ହିନ୍ଦୁ-ମୁସଲମାନ ଏକତାର ଧଶରଣା ହିନ୍ଦୁ ମୌଳବାଦୀମାନଙ୍କୁ ଉତ୍ତେଜିତ କରିଥିଲା’ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆରଏସଏ ଭଳି ସଂଗଠନ ଉପରେ ସଂକ୍ଷିପ୍ତ ନିଷେଧାଦେଶ ଭଳି ଅନେକ ଅଂଶକୁ ହଟାଇ ଦିଆଯାଇଛି ।

ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ତରଫରୁ ସଫେଇ ଦିଆଯାଇଛି କି, ଚଳିତ ବର୍ଷ ଯୁକ୍ତ୨ ପାଠ୍ୟକ୍ରମରେ କିଛି ବି କଟାଯାଇ ନାହିଁ , ହେଲେ ପାଠ୍ୟକ୍ରମରେ ଗତବର୍ଷ ଜୁନ ମାସରେ ଯୁକ୍ତିସଂଗତ ଭାବେ ପ୍ରସ୍ତୁତ କରାଯାଇଥିଲା ।

ଗତବର୍ଷ ପାଠ୍ୟକ୍ରମକୁ ଯୁକ୍ତିସଂଗତ କରିବା ଲକ୍ଷ୍ୟରେ ଅପ୍ରାସଙ୍ଗିକ ହୋଇଥିବା ଆଧାରରେ ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ତରଫରୁ ଗୁଜରାଟ ଦଙ୍ଗା, ମୁଗଲ ଦରବାର, ଜରୁରୀକାଳୀନ ପରିସ୍ଥିତି, ଶୀତଳଯୁଦ୍ଧ, ନକ୍ସଲ ଆନ୍ଦୋଳନ ଭଳି କିଛି ଅଂଶକୁ ହଟାଇ ଦିଆଯାଇଥିଲା । ହେଲେ ପାଠ୍ୟପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ଅଂଶ ବାବଦରେ କୌଣସି ଯୁକ୍ତି ସଂଗତ ଉଲ୍ଲେଖ ନଥିବା କଥା ରାଷ୍ଟ୍ରୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ସଫେଇ ଦେଇଛି ।

ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ସକଲାନୀ କହିଛନ୍ତି କି, ପାଠ୍ୟକ୍ରମକୁ ଯୁକ୍ତିସଂଗତ କରିବା ପାଇଁ ଗତବର୍ଷ ଯାହା ପରିବର୍ତ୍ତନ କରାଯାଇଥିଲା । ଏବର୍ଷ ଯାହା କିଛି ଦେଖୁଛନ୍ତି ତାହା ପୁରୁଣା ବର୍ଷର ନିଷ୍ପତ୍ତି ବୋଲି କୁହାଯାଇଛି ।