ନା ପମ୍ପଚର ଚିନ୍ତା, ନା ହାୱା ବାହାରିବାର ଡର! ଆସୁଛି ‘ଏୟାରଲେସ ଟାୟାର୍ସ’

603

କନକ ବ୍ୟୁରୋ: ଯେତେବେଳେ ଆପଣ ଡ୍ରାଇଭରେ ଯାଇଥାନ୍ତି ସେତେବେଳେ କାରର ଟାୟାର୍ସ ପମ୍ପଚର ହେବା କିମ୍ବା କାର ଲିକ୍ ହେବା ସବୁଠାରୁ ବଡ ସମସ୍ୟା । ଏ ମାମଲା ସେତେବେଳେ ଆହୁରି କଷ୍ଟକର ହୁଏ ଯେତେବେଳେ ଆପଣ ଲମ୍ବା ଡ୍ରାଇଭରେ ଯାଉଛନ୍ତି ଆପଣଙ୍କ କାର ଧୋକା ଦେଇଥାଏ । ତେବେ ଆମେ ସାଧାରଣ ଭାବେ କାରର ଷ୍ଟେପନି ରଖିବାକୁ ପସନ୍ଦ କରିଥାଉ । ତେବେ ଶୀଘ୍ର ଟାୟାର୍ସ ପମ୍ପଚର ହେବା, ଲିକ୍ ହେବା ଭଳି ଅନେକ ସମସ୍ୟାରୁ ମୁକ୍ତି ମିଳିବାକୁ ଯାଉଛି । ବିଶ୍ୱର ଅନେକ ବଡ କମ୍ପାନୀ ଶୀଘ୍ର ବଜାରକୁ ଏୟାରଲେସ ଟାୟାର୍ସ ଆଣିବାପାଇଁ ଯୋଜନା କରୁଛନ୍ତି ।

ସବୁଠାରୁ ବଡ କଥା ହେଉଛି ନାମ ଅନୁସାରେ ଏହି ଏୟାରଲେସ ଟାୟାର୍ସରେ ହାୱା ଭର୍ତ୍ତି କରିବା ଆଉ ଦରକାର ପଡିବ ନାହିଁ । ଏୟାରଲେସ ଟାୟାର୍ସର ସ୍ୱପ୍ନ ଅନେକ ବର୍ଷ ପୂର୍ବରୁ ଦେଖାଯାଇଥିଲା । ମିଚିଲେନ ଠାରୁ ନେଇ ବ୍ରିଜଷ୍ଟୋନ ଭଳି ଅନେକ ନାମୀ କମ୍ପାନୀ ସାରା ବିଶ୍ୱ ଆଗରେ ଏୟାରଲେସ ଟାୟାର୍ସକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ବର୍ତ୍ତମାନ ଏହାକୁ ସେମାନେ ଲୋକଙ୍କ ପାଖରେ ଭିନ୍ନ ରୂପରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ମିଚିଲେନ ଗତ ଜାନୁଆରୀ ମାସରେ ଏୟାରଲେସ ଟାୟାର୍ସର ପ୍ରୋଟୋଟାଇପ ଟେଷ୍ଟିଂ ସିଙ୍ଗାପୁରରେ ଶୁଭାରମ୍ଭ କରିଦେଇଛି । ଚଳିତ ବର୍ଷର ଶେଷ ସୁଦ୍ଧା ଏହି ଟାୟାର୍ସର ବ୍ୟବହାର ୫୦ ଭ୍ୟାନରେ କରାଯିବ ।

ଏୟାରଲେସ ଟାୟାର୍ସ ବିଲକୁଲ ଏହାର ନାମ ଭଳି ହୋଇଥାଏ । ସାମାନ୍ୟ ଟାୟାର୍ସ ଭଳି ଏଥିରେ ମଧ୍ୟ ରବର ଟ୍ରେଡସ ରହିଛି । ତେବେ ଏହି ଟ୍ରେଡସ ଏକ ରିଙ୍ଗ ଉପରେ ଲାଗିରହିଥାଏ । ପ୍ଲାଷ୍ଟିକ କିମ୍ବା ରବରର ସ୍ପୋକ୍ସ ଦ୍ୱାରା ଏହାକୁ ସପୋର୍ଟ ଦିଆଯାଇଥାଏ । ଏହି ସ୍ପୋକ୍ସ ବାହାରକୁ ଦେଖାଯାଇଥାଏ ଏଥିରେ ହାୱା ଭର୍ତ୍ତିକରିବାକୁ ପଡିବ ନାହିଁ । ତେଣୁ ଚକରେ ଆଉ କୌଣସି ପମ୍ପଚର ହେବାର ଡରନଥାଏ । ଯେଉଁ ସ୍ପୋକ୍ସର କଥା ଆମେ କହୁଛି ତାହା ହିଁ ହାୱା ଭଳି କାମ କରିଥାଏ । ଟାୟାର୍ସର ଭାର ବହନ କରିବାର କାମ ମଧ୍ୟ କରିଥାଏ । ଏହି କନସେପ୍ଟ ପୂରା ନୂଆ । ଏହିଭଳି ଭାବେ ପମ୍ପଚର-ପ୍ରୁଫ୍ ଟାୟାର୍ସର ବ୍ୟବହାର ପ୍ରଥମେ ସୈନ୍ୟ ବାହାନ ଏବଂ ଭାରୀ ଯନ୍ତ୍ରପାତିରେ ବ୍ୟବହାର କରାଯାଇଥାଏ । ଘରୋଇ ବାହନ ଉପରେ ଏହି ଜ୍ଞାନକୌଶଳ ପ୍ରଥମ ଥର ୨୦୦୫ରେ ମିଚିଲେନ ଦ୍ୱାରା କରାଯାଇଥିଲା । ମିଚିଲେନର ଏୟାରଲେସ ଟାୟାର୍ସକୁ ସେତେବେଳେ ଟ୍ୱିଲ ନାମ ଦିଆଯାଇଥିଲା । ଏହି ଶବ୍ଦ ଦୁଇଟି ଶବ୍ଦର ସଂଯୋଜନାରେ ହୋଇଥାଏ । ଟାୟାର୍ସ ଏବଂ ହ୍ୱିଲ । ତେବେ କମ୍ପାନୀ ଟ୍ୱିଲର ଟେଷ୍ଟିଂ ପାଇଁ ଜେନେରାଲ ମୋଟର୍ସ ସହ କାମ କରୁଛି ।

ଏୟାରଲେସ ଟାୟାର୍ସର ଡିଜାଇନ ଅଲଗା ଅଲଗା ନିର୍ମାତାଙ୍କ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ତେବେ, କାରର ଡିଜାଇନରେ ଗୋଟିଏ ଇନର ହବ ଥାଏ । ଯାହା ରବର ସ୍ପୋକ୍ସ ଏବଂ ଆଉଟଲର ଲେୟର ସହ ଜଡିତ ରହିଥାଏ । ଇନର ହବ ଟାୟାର୍ସର ଗୋଟିଏ ଅଂଶ ଥାଏ ଯାହା କାର ଏକ୍ସେଲକୁ ଯୋଡିଥାଏ । ଏହି ଇନର ହବ ରବର ସ୍ପୋକ୍ସର ଯୋଡିହୋଇଥାଏ । ଏହି ଇନର ହବ ରବର ସ୍ପୋକ୍ସ ସହ ଜଡିତ ହୋଇ ରହିଥାଏ । ଏହି ରିବ ସସ୍ପେଶନ ସିଷ୍ଟମ ଯାହା ବାହନର ଭାର ବହନ କରି ଆବଶ୍ୟକୀୟ କୁଶନ ପ୍ରଦାନ କରିଥାଏ । ଶେଷରେ ବାହାର ପରଦରେ ଏକ ରବର ସିଟ୍ ଦିଆଯାଇଥାଏ ଯାହା ସଡକର ସମ୍ପର୍କରେ ଆସିଥାଏ । ଏହି ସିଟ୍ କୌଣସିବି ପାଣିପାଗରେ ବ୍ୟବହାର କରାଯାଇପାରିବ ।