ନର୍ମଦା ନଦୀର ଜଳ ପ୍ରବାହ ରହସ୍ୟ । ବିପରୀତ ଦିଗରେ ପ୍ରବାହିତ ହୋଇଥାଏ ଜଳସ୍ରୋତ । ବିଜ୍ଞାନ ଖୋଜୁଛି ରହସ୍ୟ

339

କନକ ବ୍ୟୁରୋ : ଯଦି ଆପଣ ନଦୀର ସ୍ରୋତରେ ବୁଡିବାକୁ କିମ୍ବା ନଦୀର ସ୍ରୋତ ସହ ଆଗକୁ ଯିବାକୁ ଚାହୁଁଛନ୍ତି ତେବେ , କୁହାଯାଏ କି ନଦୀର ସ୍ରୋତ ବିରୁଦ୍ଧରେ ପହଁରନ୍ତୁ ନାହିଁ । ସ୍ରୋତ ସହ ଆଗକୁ ଚାଲିଲେ ଆପଣଙ୍କୁ ପାଣିରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ । କିନ୍ତୁ ଯଦି ଏକ ନଦୀ ତାର ସ୍ରୋତର ବିପରୀତ ଦିଗରେ ପ୍ରବାହିତ ହେବା କଥା କୁହାଯାଏ ତେବେ ଆପଣ ବିଶ୍ୱାସ କରିବେ କି? ଓଲଟା ପ୍ରବାହିତ ହେଉଛି ନଦୀ । ଭାରତୀୟ ସମାଜ ଓ ସଂସ୍କୃତିରେ ନଦୀଗୁଡିକର ରହିଛି ଅନେକ ଅବଦାନ । ଏହାବ୍ୟତୀତ ଆମ ଦେଶରେ ଅନେକ ନଦୀଗୁଡିକୁ ପୂଜା ମଧ୍ୟ କରାଯାଇଥାଏ । ନଦୀ ଗୁଡିକ ଏକ ନିର୍ଦ୍ଦିଷ୍ଟ ଦିଗରେ ପ୍ରବାହିତ ହେଉଥିବା ବେଳେ ଆମ ଦେଶରେ ରହିଛି ଏମିତି ଏକ ନଦୀ ଯାହା ଦିଗରେ ପ୍ରବାହିତ ହୋଇଥାଏ । ଆମେ କହୁଛୁ ନର୍ମଦା ନଦୀର କଥା । ଭାରତର ଦୁଇଟି ବଡ ବଡ ପ୍ରମୁଖ ରାଜ୍ୟ ଗୁଜୁରାଟ ଓ ମଧ୍ୟପ୍ରଦେଶ ଦେଇ ପ୍ରବାହିତ ହେଉଛି ଏହି ମୁଖ୍ୟ ନଦୀ । କିନ୍ତୁ ଭାରତର ଏହି ନଦୀ ସ୍ରୋତର ବିପରୀତ ଦିଗରେ ପ୍ରବାହିତ ହୋଇଥାଏ । ଗୋଟିଏ ପଟେ ଦେଶର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡୁଥିବା ବେଳେ ନର୍ମଦା ନଦୀ ପୂର୍ବରୁ ପଶ୍ଚିମ ଦିଗକୁ ପ୍ରବାହିତ ହୋଇ ଆରବ ସାଗରେ ପଡିଥାଏ । ତେବେ ଏହା ପଛରେ କଣ ରହିଛି କାରଣ? କାହିଁକି ଓଲଟା ପ୍ରବାହିତ ହୋଇଥାଏ ଏହି ନଦୀ ?

ନର୍ମଦା ନଦୀ ବିପରୀତ ଦିଗରେ ପ୍ରବାହିତ ହେବା ପଛରେ ମୁଖ୍ୟ କାରଣ ହେଉଛି ରିଫ୍ଟ ଭ୍ୟାଲି । ରିଫ୍ଟ ଭ୍ୟାଲି କହିଲେ, ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ, ଏହାର ବିପରୀତ ଦିଗରେ ରହିଥାଏ ନଦୀର ସ୍ରୋତ । ଅନେକ ଲୋକ ଏହା ପଛରେ ଅନେକ ଧାର୍ମିକ କାରଣ ଥିବା ନେଇ କହୁଥିବା ବେଳେ , ବୈଜ୍ଞାନିକ ମାନଙ୍କ ମତ ଅନୁଯାୟୀ ଏପରି ହେବା ପଛରେ ପ୍ରମୁଖ କାରଣ ହେଉଛି ରିଫ୍ଟ ଭ୍ୟାଲି । ନଦୀର ଯେଉଁ ଦିଗରେ ପାଣି ପ୍ରବାହିତ ହୋଇଥାଏ , ଏହାର ବିପରୀତ ଦିଗରେ ସ୍ରୋତ ରହିଲେ । ଏହାକୁ ରିଫ୍ଟ ଭ୍ୟାଲି କୁହାଯାଇଥାଏ । ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଥାଏ । ମଖଲ ପର୍ବତର । ମରକଣ୍ଟକ ପର୍ବତର ଶିଖରରୁ ନର୍ମଦା ନଦୀର ଉତ୍ପତ୍ତି ସ୍ଥଳ । ଅମରକଣ୍ଟକ ପର୍ବତରୁ ଆରମ୍ଭ ହୋଇଥିବା ଏହି ନଦୀ ଆରବସାଗରରେ ଯାଇ ପଡୁଛି । ନର୍ମଦା ନଦୀର ରହସ୍ୟ ଅତ୍ୟନ୍ତ କୌତୁହଳ ପୂର୍ଣ୍ଣ । ସ୍ରୋତର ବିପରୀତ ଦିଗରେ ପ୍ରବାହିତ ହେଉଛି ନଦୀ ।

ତେବେ ଯଦି ଆପଣ ଏହାକୁ ଧାର୍ମିକ ଦୃଷ୍ଟି କୋଣରୁ ଦେଖିବେ ତେବେ ଏହା ପଛରେ ରହିଛି ଏକ ଲୋକପ୍ରିୟ କାହାଣୀ । ନର୍ମଦା ନଦୀ ଓଲଟା ପ୍ରବାହିତ ହେବା ପଛରେ ରହିଛି ଏକ ପୌରାଣିକ କାହାଣୀ । କୁହାଯାଏ ନର୍ମଦା ନଦୀର ବିବାହ ସୋନଭଦ୍ରଙ୍କ ସହ ସ୍ଥିର କରାଯାଇଥିଲା । କିନ୍ତୁ ନର୍ମଦାଙ୍କ ବନ୍ଧୁ ଜୋହିଲାଙ୍କ କାରଣରୁ ସୋନଭଦ୍ର ଓ ନର୍ମଦାଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା । ଏହି ଦୂରତାକୁ ନେଇ କ୍ରୋଧିତ ହୋଇ ନର୍ମଦା ସାରା ଜୀବନ କୁଅାଁରୀ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବଂ ଏହାସହ ସାରାଜୀବନ ସ୍ରୋତର ବିପରୀତ ଦିଗରେ ପ୍ରବାହିତ ନେଇ ନିଷ୍ପତ୍ତି ନେଇଥିଲେ ।