ବିଭତ୍ସ ହତ୍ୟାର ବିବରଣୀ : ଶ୍ରଦ୍ଧାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଥିଲା ଅଫତାବ୍; ଗୁଗୁଲରେ ସର୍ଚ୍ଚ କରୁଥିଲା ଖସିଯିବାର ଉପାୟ

181

କନକ ବ୍ୟୁରୋ : ପ୍ରେମିକାକୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କାଟି ଦେଇଥିବା ଅଭିଯୁକ୍ତ ଅଫତାବ ସ୍ୱୀକାର କରିଛି । ଦିଲ୍ଲୀର ଏହି ଲୋମଟାଙ୍କୁରା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଥିବା ବେଳେ କେମିତିି ହତ୍ୟା କରିଥିଲା ପ୍ରେମିକ , ଆଉ ଧରାନପଡିବା ପାଇଁ କେମିତି ଯୋଜନା ରଚିଥିଲା ପୁଲିସ ଆଗରେ ଅଭିଯୁକ୍ତ ସମସ୍ତ କଥା ବଖାଣିଛି  ।

ପ୍ରେମିକାର ମର ଶରୀରକୁ ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିଥିଲା ଅଭିଯୁକ୍ତ । ଆଉ ଏବେ ଏମିତି ଏକ ତଥ୍ୟ ସାମନାକୁ ଆସିଛି ଯାହା ଜାଣିଲେ ଆପଣ ବି ହୁଏତ ଆଶ୍ଚର୍ଯ୍ୟ ହେବେ । ଘର ଭିତରେ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିବା ବେଳେ ମଧ୍ୟ ତା ପାଖକୁ ଆସୁଥିଲେ ନୂଆ ପ୍ରେମିକା । ପ୍ରେମିକାଙ୍କ ସହ ଡେଟିଂ ଆରମ୍ଭ କରିଦେଇଥିଲା ଏହି ଜହ୍ଲାଦ ପ୍ରେମିକ ।

ହତ୍ୟାକାରୀର କ୍ରାଇମ ହିଷ୍ଟ୍ରି

– ବାଥରୁମ-ଫ୍ରିଜ୍-କପବୋର୍ଡରେ ରଖିଥିଲେ ମୃତଦେହ
– ଫ୍ରିଜରେ ମୃତଦେହ ରଖି ଅନ୍ୟ ଝିଅଙ୍କ ସହ ଥିଲା ସମ୍ପର୍କ
– ହତ୍ୟା ପରେ ଆପାର୍ଟମେଣ୍ଟକୁ ଆସିଥିଲେ ଅନ୍ୟ ଜଣେ ଯୁବତୀ
– ଲୁଚାଇବା ପାଇଁ ଫ୍ରିଜରୁ କାଢି କପବୋର୍ଡରେ ରଖିଥିଲା ମୃତଦେହ
– ହତ୍ୟା ପରେ ପୁଣି ଡେଟିଂ ଆପରେ ସକ୍ରିୟ
– ଲଗାତର ଭାବରେ ଯୁବତୀ ଆସୁଥିଲେ ଘରକୁ
– ହତ୍ୟାକୁ ଚାପି ଦେବାକୁ ଚାହୁଁଥିଲା ଅଫତାବ
– ଶ୍ରଦ୍ଧାଙ୍କୁ ମାରିବା ପରେ ତାଙ୍କ ବନ୍ଧୁଙ୍କ ସହ ଯୋଗାଯୋଗରେ ଥିଲା
– ଶ୍ରଦ୍ଧାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଚଳାଉଥିଲା ଅଭିଯୁକ୍ତ
– ଗୁଗୁଲରେ ସର୍ଚ୍ଚ କରୁଥିଲା ଖସିଯିବାର ଉପାୟ
– ପ୍ରମାଣ ନଷ୍ଟ ପାଇଁ ଉପାୟ ଖୋଜୁଥିଲା ଅଭିଯୁକ୍ତ
– ଆମେରିକାନ୍ ୱେବସିରିଜ୍ ଡେକ୍ସଟର ଦେଖୁଥିଲା

ସମାନ ଢଙ୍ଗରେ ୧୯ରୁ ଅଧିକ ଜଣଙ୍କୁୁ ହତ୍ୟା କରିଥିଲା ସୁରିନ୍ଦର କୋଲି
– ଦୁଷ୍କର୍ମ ପରେ ହତ୍ୟା କରି ଖଣ୍ଡ ଶରୀରକୁ ଡ୍ରେନରେ ଫୋପାଡି ଦେଇଥିଲା
– ୨୦୧୩ରେ ବିହାରରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ
– ଚନ୍ଦ୍ରକାନ୍ତ ଝା’ ହତ୍ୟା କରିବାପରେ ଜେଲ୍ ଭିତରକୁ ଫୋପାଡୁଥିଲା ମାଂସ ଖଣ୍ଡ
– ଉତ୍ତରପ୍ରଦେଶର ରାମ ନିରଞନ ପ୍ରାୟ ୧୫ ଜଣଙ୍କୁ ହତ୍ୟା କରିଥିଲା
– ମଣିଷଙ୍କୁ ମାରି ମାଂସ ଖାଉଥିଲା ଅଭିଯୁକ୍ତ ନିରଞ୍ଜନ