ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଆଶ୍ୱସ୍ତି । ଅନ୍ତରୀଣ ଜାମିନରେ ଜେଲରୁ ବାହରିଲେ କେଜ୍ରିୱାଲ, କରିପାରିବେ ପ୍ରଚାର କିନ୍ତୁ ସରକାରୀ କାମକୁ ମନା

95

କନକ ବ୍ୟୁରୋ : ନିର୍ବାଚନ ତାତି ଭିତରେ କେଜ୍ରିୱାଲଙ୍କୁ ବଡ଼ ଆଶ୍ୱସ୍ତି । ସୁପ୍ରିମକୋର୍ଟରୁ ଜୁନ ୧ ପର୍ଯନ୍ତ ମିଳିଛି ଅନ୍ତରୀଣ ଜାମିନ । ଜୁନ ୨ରେ ପୁଣି ଥରେ ଜେଲକୁ ଫେରିବାକୁ ପଡିବ । ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ୭ତାରିଖ ଶୁଣାଣୀ କରି କୋର୍ଟ ଫଇସଲା ସୁରକ୍ଷିତ ରଖିଥିଲେ । କେଜ୍ରିୱାଲଙ୍କ ଓକିଲ ୪ ତାରିଖ ପର୍ଯ୍ୟନ୍ତ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ କୋର୍ଟ ସର୍ତ ସହ ୧ ତାରିଖ ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ସର୍ତ୍ତ ସହ ଅନ୍ତରୀଣ ଜାମିନ
-କେଜ୍ରିୱାଲ ନିର୍ବାଚନୀ ପ୍ରଚାର କରିପାରିବେ
-ମୁଖ୍ୟମନ୍ତ୍ରୀଭାବେ କୌଣସି ସରକାରୀ କାମ କରିପାରିବେନି ଓ ନିଷ୍ପତ୍ତି ନେଇପାରିବେନି
-ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୌଣସି ବୟାନ ଦେଇପାରିବେନି
-ଜୁନ ୨ରେ କରିବେ ଆତ୍ମସମର୍ପଣ

ଏପ୍ରିଲ ୧ରୁ ମେ’ ୧୦: ଜେଲରେ କେଜ୍ରିୱାଲ
-କେଜ୍ରିୱାଲଙ୍କୁ ଜେରା ପାଇଁ ୯ଥର ସମନ ପଠାଇଥିଲା ଇଡି
-ମାର୍ଚ୍ଚ ୨୧ରେ ଇଡି ଗିରଫ କରିଥିଲା
-୨୨ରେ ରାଉଜ ଏଭିନ୍ୟୁ କୋର୍ଟରେ କେଜ୍ରିୱାଲ ହାଜର ହୋଇଥିଲେ
-ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଯାଇଥିଲା
-ପରେ ୧୫ଦିନ ପାଇଁ ବିଚାରବିଭାଗୀୟ ହାଜତରେ ଯାଇଥିଲେ
-ଏପ୍ରିଲ ୧ରୁ ତିହାର ଜେଲକୁ ପଠାଯାଇଥିଲେ

ସଂକ୍ଷେପରେ ମଦ ଦୁର୍ନୀତି ମାମଲା
-୨୦୨୨ ଅଗଷ୍ଟ୧୭ରେ ସିବିଆଇ କେଜ୍ରିୱାଲଙ୍କ ସମେତ ୧୪ଜଣଙ୍କ ନାଁରେ ଏଫଆଇଆର ରୁଜୁ କରିଥିଲା
-ଅଗଷ୍ଟ ୧୯ରେ ସିବିଆଇ ୩ଜଣ ଆପ ନେତାଙ୍କ ଘରେ ପ୍ରଥମ ଚଢ଼ାଉ କରିଥିଲା
-୨୨ ଅଗଷ୍ଟରେ ସିବିଆଇଠୁ ତଥ୍ୟ ନେଇ ଇଡି ମନିଲଡ୍ରିଂ ମାମଲା ରୁଜୁ କରିଥିଲା
-୨୭ ସେପ୍ଟେମ୍ବରରେ ପ୍ରଥମ, ୨୮ରେ ଦ୍ୱିତୀୟ ଓ ଅକ୍ଟୋବର ୧୦ରେ ତୃତୀୟ ଗିରଫଦାରୀ ହୋଇଥିଲା
-ଅକ୍ଟୋବର ୧୬ରେ ସିସୋଦିଆଙ୍କୁ ସିବିଆଇ ଜେରା କରିଥିଲା
-ନଭେମ୍ବର ୩୦ରେ ମାମଲାରେ କେସିଆରଙ୍କ ଝିଅ କବିତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା
-୨୦୨୩ ଫେବ୍ରୁଆରୀ ୨୬ରେ ସିସୋଦିଆ, ଅକ୍ଟୋବର ୪ରେ ସଂଜୟ ସିଂ ଗିରଫ ହୋଇଥିଲେ
-୨୦୨୪ ମାର୍ଚ୍ଚ ୧୫ରେ ଇଡି କବିତାଙ୍କ ଠିକଣାରେ ଚଢ଼ାଉ କରିବା ପରେ ଗିରଫ କରିଥିଲା
-୨୧ମାର୍ଚ୍ଚରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି

୭ ତାରିଖ ଶୁଣାଣୀରେ କୋର୍ଟ କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ । ନିର୍ବାଚନ ପାଇଁ ତାଙ୍କ ଜାମିନ ଉପରେ ବିଚାର କରାଯାଇପାରିବ । ତେବେ କୋର୍ଟଙ୍କ ଫଇସଲାକୁ ଆମ ଆଦମୀ ପାର୍ଟି ଓ ଇଣ୍ଡି ମେଂଟ ସ୍ୱାଗତ କରିଥିବାବେଳେ ବିଜେପି ଅସନ୍ତୋଷ ଜାହିର କରିଛି ।