ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ବଡ ବୟାନ । କହିଲେ ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ୪ ଶଂକରାଚାର୍ଯ୍ୟଙ୍କୁ ଡାକି ରାମମନ୍ଦିରର କରାଇବୁ ଶୁଦ୍ଧିକରଣ

260

କନକ ବ୍ୟୁରୋ : ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ଲୋକସଭା ନିର୍ବାଚନ ଭିତରେ ରାମ ମନ୍ଦିରକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଯଦି ଇଣ୍ଡିଆ ମେଣ୍ଟ ସରକାରକୁ ଆସେ ତାହେଲେ ୪ ଜଣ ଶଂକରାଚାର୍ଯ୍ୟଙ୍କୁ ଡାକି ରାମ ମନ୍ଦିରର ଶୁଦ୍ଧିକରଣ କରାଯିବ । ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ପାଟୋଲେ କହିଛନ୍ତି କି, ଦେଶର ୪ ଜଣ ଶଂକରାଚାର୍ଯ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ବିରୋଧ କରିଥିଲେ । ଏଣୁ ଇଣ୍ଡିଆ ମେଣ୍ଟ ସରକାର ଆସିଲେ ପ୍ରଥମେ ୪ ଜଣ ଶଂକରାଚାର୍ଯ୍ୟଙ୍କୁ ଡାକି ରାମ ମନ୍ଦିରର ଶୁଦ୍ଧିକରଣ କରାଯିବ ।

ଏହାସହ ସେ କହିଛନ୍ତି କି ଅଯୋଧ୍ୟାର ସେହି ସ୍ଥାନରେ ରାମ ଦରବାର ସ୍ଥାପିତ କରାଯିବ ଯେଉଁଠାରେ ଭଗବାନ ରାମଙ୍କ ମୂର୍ତ୍ତି ନୁହେଁ ବରଂ ରାମଲାଲଙ୍କ ବାଳୁତ ରାମ ରୂପ ରହିଛି । ନରେନ୍ଦ୍ର ମୋଦୀ ଆଇନକୁ ଉଲଘଂନ କରି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଛନ୍ତି । ହେଲେ ଇଣ୍ଡିଆ ମେଣ୍ଟ ସରକାର ଆସିଲେ ଧର୍ମ ମାଧ୍ୟମରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ ।

ସୂଚନା ଥାଉକି କିଛିଦିନ ପୂର୍ବରୁ ରାମ ମନ୍ଦିରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ । ମୋଦୀ କହିଥିଲେ କି, ଭୋଟର ଚଳିତ ନିର୍ବାଚନରେ ବିଜେପିକୁ ୪୦୦ ଆସନରେ ବିଜୟୀ କରାଇବେ, ନ ହେଲେ କଂଗ୍ରେସ ରାମ ମନ୍ଦିରରେ ବ୍ରବ୍ରୀ ତାଲା ଲଗାଇଦେବ ।