ବଢିଲା ଶିବସେନା ନେତା ସଞ୍ଜୟ ରାୱତଙ୍କ ଅଡୁଆ । ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କଲେ କୋର୍ଟ ।

ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ଜେଲରେ ରହିବେ ସଞ୍ଜୟ ରାୱତ

103

କନକ ବ୍ୟୁରୋ: ବଢିଲା ସଞ୍ଜୟ ରାୱତଙ୍କ ଅଡୁଆ । ୧୪ ଦିନ ପାଇଁ ବଢିଲା ନ୍ୟାୟିକ ହେପାଜତ । ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ ଏବେ ଅର୍ଥ ହେରଫେର ମାମଲାରେ ଜେଲରେ ଅଛନ୍ତି । ସୋମବାର ଏହି ମାମଲାରେ ତାଙ୍କୁ ପିଏମଏଲଏ ବିଶେଷ ଅଦାଲତ ସାମ୍ନାରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ଏମଜି ଦେଶପାଣ୍ଡେ ସଞ୍ଜୟଙ୍କ ନ୍ୟାୟିକ ହେପାଜତକୁ ଆହୁରି ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି ।

ସଞ୍ଜୟ ରାୱତଙ୍କୁ ଗତ ଅଗଷ୍ଟ ୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଅର୍ଥ ହେରଫେର ଘଟଣା ତଥା ପାତ୍ରା ଚଲର ପୁର୍ନବିକାଶ ମାମଲାରେ ତାଙ୍କୁ ଇଡି ଗିରଫ କରିଥିଲା । ହେଲେ ସୋମବାର ତାଙ୍କ ନ୍ୟାୟିକ ହେପାଜତ ଶେଷ ହେବା ପରେ ତାଙ୍କୁ ବିଚାରପତିଙ୍କ ସାମ୍ନାରେ ହାଜର କରାଯାଇଥିଲା । ଯେଉଁଠି ତାଙ୍କର ନ୍ୟାୟିକ ହେପାଜତକୁ ବଢାଇ ଦିଆଯାଇଛି । ତେବେ ଶିବସେନାର ଏହି ନେତା ତାଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ।

ନ୍ୟାୟିକ ହେପାଜତ ୧୪ ଦିନ ପାଇଁ ବଢିବା ପରେ ଏବେ ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ସଞ୍ଜୟଙ୍କୁ ଜେଲରେ ରହିବାକୁ ପଡିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୧ରୁ ବୃଦ୍ଧି କରି ସେପ୍ଟେମ୍ବର ୫ କରିଥିଲେ ।