ଚିଲିକାରେ ଡଙ୍ଗା ବୁଡି ୨ଜଣଙ୍କ ମୃତ୍ୟୁ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ସେଲଫି

435

କନକ ବ୍ୟୁରୋ : ଚିଲିକାର କାଳିଜାଇ କୁଦରେ ଭୋଜି କରି ଫେରିବା ସମୟରେ ଡଙ୍ଗା ବୁଡିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଆଲୋକ ବରାଳ ଗୁରୁତର ହୋଇ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୨ ଜଣଙ୍କର ମୃତ୍ୟୁ ପରେ ବ୍ରହ୍ମଗିରି ପୁଲିସ ଶବ ବ୍ୟବଚ୍ଛେଦ କରିଛିି ।

ଏହାରି ଭିତରେ ଭୋଜି କରିବାକୁ ଯିବା ସମୟରେ ଡଙ୍ଗା ଉପରେ ଯୁବକମାନେ ନେଇଥିବା ଶେଷ ସେଲଫି ଏବେ କନକ ନ୍ୟୁଜ ହାତରେ ଲାଗିଛି । ଫଟୋରେ ୬ ଜଣ ଯୁବକ ରହିଛନ୍ତି । ଅନ୍ୟ ପଟେ ୪ ଜଣ ଯୁବକଙ୍କୁ ବ୍ରହ୍ମଗିରି ପୋଲିସ ଥାନାରେ ରଖି ପଚରାଉଚରା କରୁଛି । ଝଡ ତୋଫାନ କାରଣରୁ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗାରେ ୧୩ ଜଣ ଥିବାବେଳେ ୨ ଜଣ କିପରି ବୁଡି ପ୍ରାଣ ହରାଇଲେ ସେନେଇ ପୁଲିସ ତଦନ୍ତ ଜାରିରଖିଛି ।