ଏକାଠି ଗଲ୍ଫ ଖେଳିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

284

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ୍ ଏସ୍ ଧୋନୀ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇସାରିଥିଲେ ବି ତାଙ୍କର କ୍ରେଜ୍ ଏବେବି କିଛି କମ୍ ନାହିଁ । ଆମେରିକାରେ ପରିବାର ସହ ସେ ଏବେ ଛୁଟି କାଟୁଛନ୍ତି । ତେବେ ଧୋନୀଙ୍କ ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟମ୍ପ ଏକ ଗଲ୍ଫ ଗେମର ଆୟୋଜନ କରିଥିଲେ । ଉଭୟ ଧୋନୀ ଓ ଟ୍ରମ୍ପ ଗଲ୍ଫ ଖେଳୁଥିବାର ନଜିର ଆସିଛି । ଧୋନୀଙ୍କ ବନ୍ଧୁ ହିତେଶ ସାଙ୍ଗଭି ସୋସିଆଲ ମିଡିଆରେ ଉଭୟଙ୍କ ଖେଳିବାର ଏକ ଫଟୋ ଛାଡ଼ିଛନ୍ତି । ସେମାନଙ୍କ ଗଲ୍ଫ ଖେଳର କିଛି ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ୟୁଏସ୍ ଓପନ ୨୦୨୩ରେ କାର୍ଲାସ୍ ଅଲାକରାଜ ଓ ଜ୍ୱେରେଭଙ୍କ ମଧ୍ୟରେ ହେଉଥିବା କ୍ୱାର୍ଟର ଫାଇନାଲ୍ ମୁକାବିଲା ଦେଖିବା ପାଇଁ ଧୋନୀ ପହଚିଂଥିଲେ । ଏହାପୂର୍ବରୁ ବି ଧୋନୀ ଗଲ୍ଫ ଖେଳିବାର ବହୁ ଭିଡିଓ ସାମ୍ନାକୁ ଆସିଛି ।