ମସ୍କୋ ଆତଙ୍କୀ ଆକ୍ରମଣରେ ଦେଢ଼ଶହ ଟପିଲା ମୃତ୍ୟୁ ସଂଖ୍ୟା । ଶୁକ୍ରବାର ମସ୍କୋର ସପିଂ ମଲ ଉପରେ ଆତଙ୍କବାଦୀ କରିଥିଲେ ଜୋରଦାର ଆକ୍ରମଣ

106

କନକ ବ୍ୟୁରୋ : ରୁଷ ରାଜଧାନୀ ମସ୍କୋ କନସର୍ଟ ଭେନ୍ୟୁରେ ଶୁକ୍ରବାର ରାତିରେ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ଶହେ ଟପିଛି । ପାଖାପାଖି ୧୫୦ ଜଣଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଚିକିତ୍ସିତ କରାଯାଉଛି । ଏହି ବଡ଼ ଆତଙ୍କୀ ଆକ୍ରମଣରେ ସମ୍ପୃକ୍ତ ୪ଜଣ ବନ୍ଧୁକଧାରୀଙ୍କ ସମେତ ମୋଟ ୧୧ଜଣଙ୍କୁ ଗିରଫ କରାଯାଇଛି । ଭିଡ଼ିଓ ବାର୍ତା ଜାରି କରି ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ଆଇଏସଆଇଏସ କେ ଆତଙ୍କୀ ସଂଗଠନ । ଶୁକ୍ରବାର ରାତିରେ ମସ୍କୋ କନସର୍ଟ ଭେନ୍ୟୁରେ ଅନ୍ତର୍ଜାତୀୟ କଳାକାର ମାନଙ୍କୁ ନେଇ ମନୋରଂଜନ କାର୍ଯ୍ୟକ୍ରମ ଚାଲିଥିଲା । ଠିକ୍ ଏହି ସମୟରେ ସେନା ପୋଷାକରେ ମଲ ଭିତରକୁ ପ୍ରବେଶ କରିବା ସହ ଆଖିବୁଜା ଗୁଳିବର୍ଷଣ କରିଥିଲେ ଆତତାୟୀ । କେହି କିଛି ବୁଝିବା ଆଗରୁ ଆତଙ୍କୀ ମାନେ ନରସଂହାର ରଚିବା ସହିତ ମଲ ଭିତରେ ଗ୍ରେନେଡ ମାଡ଼ କରି ଖସିଯିବାରେ ସକ୍ଷମ ହୋଇଥିଲେ । ତେବେ ପରବର୍ତୀ ସମୟରେ ଆକ୍ରମଣରେ ସମ୍ପୃକ୍ତ ୪ ବନ୍ଧୁକଧାରୀଙ୍କ ସମେତ ୧୧ଅଭିଯୁକ୍ତ ଗିରଫ କରାଯାଇଥିବା ସୂଚନା ମିଳିଛି । ଘଟଣା ଉପରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନଜର ରଖିଥିବା ବେଳେ ଆତଙ୍କୀଙ୍କୁ ଏହି ଆକ୍ରମଣ ପାଇଁ ଭୟଙ୍କର ଫଳ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି ।

ହୃଦୟ ବିଦାରଣ ଆକ୍ରମଣ ପରେ ଗୁରୁତରଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଶହ ଶହ ରୁଷୀୟ ନାଗରିକ । ଗୁରତର ମାନେ ଚିକିତ୍ସିତ ହେଉଥିବା ମେଡିକାଲ ସମ୍ମୁଖରେ ରକ୍ତଦାନ ପାଇଁ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି । ରୁଷରେ ଏହି ଆତଙ୍କୀ ଆକ୍ରମଣକୁ ଆମେରିକା, ଫ୍ରାନ୍ସ, ଇଟାଲୀ ସମେତ ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଗୁଡିକ ପକ୍ଷରୁ ନିନ୍ଦା କରାଯାଇଛି । ରୁଷର ଶତ୍ରୁରାଷ୍ଟ୍ର ୟୁକ୍ରେନ ମଧ୍ୟ ଏଭଳି ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛି । ମସ୍କୋ କନସର୍ଟ ଭେନ୍ୟୁରେ ଆତଙ୍କୀ ଆକ୍ରମଣ ନେଇ ପୂର୍ବରୁ ରୁଷକୁ ସତର୍କ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି । ସେପଟେ ରୁଷର ଏହି ଆତଙ୍କୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି ଦୁଖଃଦ ସମୟରେ ଭାରତ ସରକାର ରୁଷୀୟ ସଂଘର ଜନସାଧାରଣଙ୍କ ଛିଡା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ଆକାଣ୍ଟରେ ଉଲ୍ଲେଖ କରିଛନ୍ତି ।